www.samajalive.in
Friday, December 5, 2025
20.1 C
Bhubaneswar

ଏ ବର୍ଷ ବଡଗଡ ଗଣେଶ ପୂଜାରେ ମୁଖ୍ୟ ଆକର୍ଷଣ ୬୧ ଫୁଟର ଗଣେଶ ଓ ରୂପା ମୂଷା

ଭୁବନେଶ୍ବର : ଏଥର ବଡଗଡରେ ୬୧ ଫୁଟର ଗଣେଷ ମୂର୍ତ୍ତି ପୂଜା ପାଇବେ । ଏହା ଓଡିଶାର ସର୍ବବୃହତ ଗଣେଶ ମୂର୍ତ୍ତି ହେବ । ଏହା ସହିତ ଗଣେଷଙ୍କ ୨ ରୂପା ପାଦ ଓ ୫ ଫୁଟ ଉଚ୍ଚର ରୂପା ମୂଷିକ ବାହନ ପୂଜା ପାଇବେ। ଗଣେଶଙ୍କ ପାଖରେ ୬୧ କେଜିର ଲଡୁ ଭୋଗ ପୂଜା ଲାଗିବ । ଆୟୋଜକ ବ୍ରାଇଟ୍ ଷ୍ଟାର ୟୁଥ୍ ଆସୋସିଏସନ ଓ ବଡଗଡ ଗଣେଶ ମହୋତ୍ସବ ପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗଣେଶ ପୂଜାରେ ୨୫ରୁ ୩୦ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ୭ ଦିନ ଧରି ପୂଜାକୁ ଜାକଜମକରେ ପାଳ ପାଳନ କରାଯିବ।  ସୋମବାର ୧୦,୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । କମିଟିର ସମ୍ପାଦକ ସଂଗ୍ରାମ ମାର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ, ରୁକୁ ସେନା, ସୁଜ୍ଞାନି ମହାପାତ୍ର, ବର୍ଣ୍ଣାଳୀ ହୋତା, ଦେବେଶ ପତି ପ୍ରମୁଖ ସଙ୍ଗୀତ ମହାକୁମ୍ଭରେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories