www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ୟା ସ୍ରୋତରେ ଶବ ସଂସ୍କାର ପାଇଁ ନେଲେ ସମ୍ପର୍କୀୟ

ବାଲିଆପାଳ : ସୁବର୍ଣ୍ଣରେଖା ନଦୀରେ ଲଗାତାର ଚାରିଥର ବନ୍ୟା ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଛି। ତେବେ ଶ୍ମଶାନରେ ଦୁଇ ଫୁଟରୁ ଉର୍ଦ୍ଧ୍ବ ବନ୍ୟା ପାଣି  ଯୋଗୁଁ ଶବ ସତ୍କାର ହୋଇ ନପାରିବା ସବୁଠାରୁ ବେଶୀ ଦୁଃଖ ଦେଇଛି । ଯାହା ଫଳରେ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ପୁରୀ ସ୍ବର୍ଗଦ୍ବାରକୁ ଶବ ସତ୍କାର ପାଇଁ ବନ୍ୟା ପାଣିରେ ଦୀର୍ଘ ୪ କିଲୋମିଟରରୁ ଉର୍ଦ୍ଧ୍ବ ପ୍ରବଳ ସ୍ରୋତରେ ଭୟଭୀତ ଅବସ୍ଥାରେ କାନ୍ଧରେ ନେଉଥିବାର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀର ଗୋଟିଏ ମାସରେ ୪ ଥର ବନ୍ୟା ଆସି ବାଲିଆପାଳ ବ୍ଲକର  ୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଗତ ଜୁନ୍ ମାସ ୧୭ ତାରିଖ ଠାରୁ ଜୁଲାଇ  ମାସ ୧୮ ତାରିଖ ପର୍ଯ୍ୟନ୍ତ ନିରନ୍ତର ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଗ୍ରାମବାସୀ ଡଙ୍ଗା ସାହାଯ୍ୟରେ ଯାତାୟତ କରୁଛନ୍ତି। ଆଜି ସକାଳେ ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ଚୈଧୁରୀକୀଦ ଗ୍ରାମର ମଧୁ ପ୍ରମାଣିକ ନାମକ ଜଣେ ବ୍ୟକ୍ତିଙ୍କ ପରଲୋକ ଘଟିଥିଲା,ବନ୍ୟା ପାଣି ଗାଁ ଚାରି ପାଖରେ ଜମି ରହିଥିବା ସହ ଶ୍ମଶାନରେ  ମଧ୍ୟ ୨ ଫୁଟ ଉପରେ ପାଣି ଜମି ରହିଛି। ସଂସ୍କାର ପାଇଁ ଜାଗା ନମିଳିବାରୁ ପରିବାର ଲୋକେ ତାଙ୍କୁ ପୁରୀ ସ୍ଵର୍ଗଦ୍ଵାରକୁ ସଂସ୍କାର ପାଇଁ ନେଉଛନ୍ତି। ଗ୍ରାମରୁ ସ୍ବର୍ଗରଥ ଗାଡି ପର୍ଯ୍ୟନ୍ତ ନେବା ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ୫ କିଲୋମିଟର ପର୍ଯ୍ୟନ୍ତ ବନ୍ୟା ସ୍ରୋତରେ‌ ବିପଦପୂର୍ଣ୍ଣ ଭାବରେ ସମ୍ପର୍କୀୟ ମାନେ କୋକେଇରେ ଶବକୁ କାନ୍ଧେଇ ନେଉଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories