www.samajalive.in
Saturday, December 6, 2025
14.1 C
Bhubaneswar

ଦାନୋଗହିର ଆକ୍ରମଣ ଘଟଣାରେ ୫ ଗିରଫ

ପିପିଲି : ପିପିଲି ଥାନା ଅନ୍ତର୍ଗତ ଦାନୋଗହିର ଗ୍ରାମରେ ୫ଜଣଙ୍କୁ ଆକ୍ରମଣ କରାଯିବା ଓ ସେମାନଙ୍କ ଠାରୁ ଟଙ୍କା, ସୁନାଚେନ୍‍, ମୋବାଇଲ ଆଦି ଲୁଟିନିଆଯିବା ଘଟଣାକୁ ନେଇ ପିପିଲିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପିପିଲିରେ ଏକ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଥିବା ବେଳେ ପୁରୀ ଏସ୍‍ପି ପିନାକ ମିଶ୍ର ମଙ୍ଗଳବାର ପିପିଲିଥାନା ଗସ୍ତରେ ଆସି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଘଟଣା ଯେପରି ଆଗକୁ ଉଗ୍ରରୂପ ନନିଏ ସେଥିପ୍ରତି ପୁଲିସ ସତର୍କ ଦୃଷ୍ଟି ରଖିଥିବା ବେଳେ ଖୁବ୍‍ ଶିଘ୍ର ଶାନ୍ତି କମିଟି ଗଠନ କରାଯାଇ ଅଞ୍ଚଳରେ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସଂପର୍କରେ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ପିପିଲି ପୌରାଞ୍ଚଳ ଅନ୍ତର୍ଗତ ସିରିଆପୁର ସୁଲତାନନଗର ଗ୍ରାମର କାର୍ତ୍ତିକ ବେହେରା ଓ ଶଙ୍କର ବେହେରା ୨୮ ତାରିଖ ଅପରାହ୍ନରେ ଦାନୋଗହିର ଗ୍ରାମ୍ୟ ଛକକୁ ଟ୍ରାକ୍ଟର ହଳ ବାବଦ ବକେୟା ଟଙ୍କା ସଂଗ୍ରହ କରିବା ପାଇଁ ବାଇକରେ ଯାଇଥିବାବେଳେ ଦାନୋଗହିର ନୂଆସାହି ଛକ ଠାରେ କିଛି ଯୁବକ କାର୍ତ୍ତିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ସେମାନେ ଉଭୟଙ୍କୁ ସେଠାରୁ ଟେକିନେଇ ଦାନୋଗହିର ଗ୍ରାମରେ ଥିବା ଏକ ଘର ମଧ୍ୟରେ ପୁନର୍ବାର ମାଡ ମାରିବା ସହ ସେଠାରେ ତାଲାପକାଇ ରଖିଥିଲେ । ଏହାର କିଛି ସମୟ ପରେ ସେହିବାଟ ଦେଇ ଯାଉଥିବା ସିରିଆପୁର ସୁଲତାନନଗର ଗ୍ରାମର ୩ଜଣ ଯୁବକଙ୍କୁ ଆକ୍ରମଣକାରୀମାନେ ନିସ୍ତୁକ ମାଡ ମାରିବା ସହ ସେମାନଙ୍କ ବାଇକ୍‍କୁ ଭଙ୍ଗାରୁଜା କରିଥିଲେ । ପରେ ଉକ୍ତ ୩ ଯୁବକଙ୍କୁ ସେଠାରୁ ଉଠାଇନେଇ ପୂର୍ବରୁ କାର୍ତ୍ତିକଙ୍କୁ ରଖିଥିବା ଘର ମଧ୍ୟରେ ଚାବି ପକାଇ ରଖିଥିଲେ । ଖବର ପାଇ କାର୍ତ୍ତିକଙ୍କ ପତ୍ନୀ ନିଜ ପୁଅ ସହିତ ସେଠାରେ ପହଞ୍ଚିବାରେ ତାଙ୍କୁ ସେମାନେ ର୍ଦୁବ୍ୟବହାର କରିବା ସହ ତାଙ୍କ ପୁଅକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀମାନେ ସେମାନଙ୍କ ଠାରୁ ସୁନାଚେନ୍‍, ଟଙ୍କା ଓ ମୋବାଇଲ ଫୋନ ଆଦିକୁ  ଛଡାଇ ନେଇଯାଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories