www.samajalive.in
Saturday, December 6, 2025
14.1 C
Bhubaneswar

ଆରପାରିରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ଵର: କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାବେଳେ ଗତ ୨ ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ଭୋର ସମୟରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିଲେ ପ୍ରସନ୍ନ। ସେ ଥିଲେ ରାଜ୍ୟର ପ୍ରଥମ ବିଜେପି ବିଧାୟକ।

ସ୍ବର୍ଗତ ପଟ୍ଟନାୟକ ଛାତ୍ର ଜୀବନରୁ ରାଜନୀତିରେ ଅଂଶ ଗ୍ରହଣ କରି ମିଶାରେ ଗିରଫ ହୋଇଥିଲେ। ପରେ ୧୯୭୭ ମସିହାରେ ଜନତା ପାର୍ଟିର ଚକ୍ର ହଳଧର ଚିହ୍ନରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ହୋଇଥିଲେ। ପରେ ୧୯୯୦ ମସିହାରେ ଜନତା ଦଳରୁ ଚକ୍ର ଚି଼ହ୍ନରେ ବିଜୟ ଲାଭ କରିଥିଲେ। ଅଞ୍ଚଳରେ ଶିକ୍ଷାର ଉନ୍ନତି ପାଇଁ ତାଙ୍କ ନେତୃତ୍ଵରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ବିଦ୍ୟାଳୟ ସହିତ ବହୁ ସ୍ଥାନରେ ମହାବିଦ୍ୟାଳୟ ଏବଂ କାମାକ୍ଷାନଗରରେ ମହିଳା ମହାବିଦ୍ୟାଳୟ ଓ ଆଇନ ମହାବିଦ୍ୟାଳୟ ମଧ୍ୟ ଖୋଲା ଯାଇଥିଲା। ତାଙ୍କ ବିୟୋଗରେ କାମାକ୍ଷାନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories