www.samajalive.in
Saturday, December 13, 2025
14.1 C
Bhubaneswar

ଚାନ୍ଦବାଲି ବୈତରଣୀ ନଦୀରେ ବିରାଟକାୟ ମୃତ କୁମ୍ଭୀର ଠାବ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବନଖଣ୍ଡ ଅଧୀନ ବୈତରଣୀ ନଦୀ ଅରଣ୍ୟନିବାସ ନିକଟରେ ଗୁରୁବାର ଏକ ମୃତ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା । କୁମ୍ଭୀରର ଲମ୍ବ ୫ ରୁ ୬ ଫୁଟ ହେବ ବୋଲି ଅନୁମାନ କରାଯାଉଛି। କୁମ୍ଭୀରଟି ମୃତ୍ୟୁ ପରେ ନଦୀରେ ଭାସୁଥିବାବେଳେ କୁମ୍ଭୀରର ଗୋଡ଼ ଚାରୋଟି ଉପରକୁ ଥିଲା । ତେବେ କୁମ୍ଭୀରଟି କିପରି ମଲା ? କେଉଁଠୁ ଆସିଲା ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ଏହି ନଦୀରେ ଅନେକ କୁମ୍ଭୀର ଚଳପ୍ରଚଳ ହେଉଥିବା ଦେଖିବକୁ ମିଳେ। ସରକାରୀ ରିପୋର୍ଟ ଅନୁସାରେ ବୈତରଣୀ ନଦୀରେ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ କୁମ୍ଭୀର ଅଛନ୍ତି । ଏ ବିଷୟରେ ଭଦ୍ରକ ଡି ଏଫ୍ ଓ ସୌଭାଗ୍ୟ କୁମାର ସାହୁ କହିଛନ୍ତି ଏ ବିଷୟରେ ଚାନ୍ଦବାଲି ରେଞ୍ଜରକୁ ଜଣାଯାଇଛି ମୃତ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories