www.samajalive.in
Saturday, December 6, 2025
17.1 C
Bhubaneswar

ରକ୍ଷଣା ବେକ୍ଷଣ ଅଭାବ, ଅସ୍ତିତ୍ୱ ହରାଉଛି ଜଳପ୍ରପାତ ଅସୁରକୁମାରୀ

ରଣପୁରଗଡ : ରାଜ୍ୟରେ ଅନେକ ପର୍ଯ୍ୟଟନସ୍ଥଳୀ ଅବହେଳିତ ହେ।ଇପଡିଛି। ନୟାଗଡ଼ ଜିଲ୍ଲାର ରଣପୁରରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯେଉଁ ସ୍ଥାନକୁ ପର୍ଯ୍ୟଟକ ମାନେ ଆସିଲେ ଦିନସାରା ବୁଲା ସରେନାହି। ସେ ମଧ୍ୟରେ ରଣପୁରରୁ ନୟାଗଡ଼ ରାସ୍ତାରେ ୫ କିଲୋମିଟର ଗଲେ ବଜ୍ରକେ।ଟ ନିକଟ ପାହାଡ଼ ତଳେ ରହିଛି ଓଷଧିୟ ଜଳପ୍ରପାତ ଅସୁରକୁମାରୀ ପୀଠ। ବିଶ୍ୱାସ ଓ କିମ୍ବଦନ୍ତୀ ଅନୁଯାୟୀ ଓଷଧିୟ ବୃକ୍ଷ ପରିବେଷ୍ଟିତ ଏହି ଜଳପ୍ରପାତରେ ସ୍ନାନ କରି ପିନ୍ଧିଥିବା ପୁରାତନ ବସ୍ତ୍ରକୁ ଫୋପାଡି ନୂତନ ବସ୍ତ୍ର ପରିଧାନ କରି ଅସୁରକୁମାରୀଙ୍କୁ ଭେ।ଗ ଲାଗି କଲେ ପାଳିଜ୍ୱର ଭଲ ହେ।ଇଥାଏ। ଏଥିସହ ରଣାସୁର ଓ ରାଜ କୁମାରୀ ସମ୍ପର୍କ ଭଳି ଅନେକ ଲେ।କକଥା ରହିଛି। ଆସୁଥିବା ପର୍ଯ୍ୟଟକମାନେ ଜଳପ୍ରପାତରେ ସ୍ନାନ ସହ ବଣ ଭେ।ଜିର ନେଇଥାନ୍ତି। ପ୍ରତିବର୍ଷ ପିକନିକ ଋତୁରେ କଟକ, ଭୁବନେଶ୍ୱର ‌‌, ଗଞ୍ଜାମଠାରୁ ଆରମ୍ଭ କରି ବହୁ ଅଞ୍ଚଳରୁ ହଜାର ହଜାର ସ୍କୁଲ, କଲେଜ ଛାତ୍ରଛାତ୍ରୀ ସାଙ୍ଗକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ରଣପୁର ବିଧାୟିକା ତଥା ବର୍ତ୍ତମାନର ବାଚସ୍ପତି ଅତୀତରେ ସମବାୟ ରାଷ୍ଟ୍ରମନ୍ତୀ ଥିବା ସମୟରେ ଉଦ୍ୟମ କରି ପୀଠର କିଛି ଉନ୍ନତି କରି ଅସୁରକୁମାରୀ ପୀଠକୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିଥିଲେ।

ପରିଚାଳନା ପାଇଁ ଅସୁରକୁମାରୀ ଚାରିଟେବୁଲ ଟ୍ରଷ୍ଟ ରହିଛି। ପରବର୍ତ୍ତୀ ସମୟରେ ଅନେକ ଉନ୍ନତି କାର୍ଯ୍ୟ ହେ।ଇଛି କିନ୍ତୁ ବିଶେଷ ଆକର୍ଷଣ ହୋଇପାରିନାହିଁ । ବନ୍ଧ ରହିଛି ନଉକା ଚାଳନା ସୁବିଧା ନାହିଁ। ରାସ୍ତା ଉପରେ ତେ।ରଣ ଅଛି ବହୁ ବର୍ଷଧରି ନିର୍ମାଣାଧିନ ଅବସ୍ଥାରେ। ଜଳପ୍ରପାତ ଉପରକୁ ପାହାଚ ହେ।ଇଥିଲା ତାହା ଭାଙ୍ଗି ଗଲାଣି। ଜଳପ୍ରପାତ ସ୍ରେ।ତ ଅଛି ରାସ୍ତା ବନ୍ଦ ହେ।ଇ ଅନ୍ୟତ୍ର ବିଛୁଡିତ ସାଙ୍ଗକୁ ଉପରେ ଥିବା ଜଳ ସଂରକ୍ଷଣ ସ୍ଥାନ ରକ୍ଷଣା ବେକ୍ଷଣ ଅଭାବରୁ ପେ।ତି ହେ।ଇଗଲାଣି। ସାଂସଦ ସମ୍ବିତ ପାତ୍ର ପଞ୍ଚୁଦେ।ଳ ପଡିଆ ନିର୍ବାଚନୀ ସଭାରେ ଅନେକ ପ୍ରତିଶ୍ରୁତି ମଧ୍ୟରେ ଅସୁରକୁମାରୀ ପୀଠ ଉନ୍ନତି କରଣ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଭୁଲିଯିବା ଯେ।ଗୁ ଅସୁରକୁମାରୀ ଚାରିଟେବୁଲ୍ ଟ୍ରଷ୍ଟ ସଭାପତି ମନେ।ରଞ୍ଜନ ମାନସିଂ ଙ୍କ କହିବା ଅନୁଯାୟୀ କମିଟି ସଦସ୍ୟମାନେ ସାଂସଦ ପାତ୍ର ଙ୍କୁ ପୀଠର ଉନ୍ନତିକରଣ ଓ ରକ୍ଷଣା ବେକ୍ଷଣ ପାଇଁ ଦୃଷ୍ଟି ଦେବାକୁ ଲିଖିତ ଅନୁରୋଧ କରିଛନ୍ତି। ଅପର ପକ୍ଷରେ ସରପଞ୍ଚ ବନିତା ବଳିଆରସିଂ ପୀଠର ରକ୍ଷଣା ବେକ୍ଷଣ ଓ ଉନ୍ନତି କରଣ ପାଇଁ ବାଚସ୍ପତି ସୁରମା ପାଢୀଙ୍କୁ ଅନୁରୋଧ କରିଛନ୍ତି। ଯଦି ଏଥିପ୍ରତି କେହି ଦୃଷ୍ଟି ନଦିଅନ୍ତି ତେବେ ଅସ୍ତିତ୍ବ ହରାଇବ ଅସୁର କୁମାରୀ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories