www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର: କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ

ଭବାନୀପାଟଣା,ଜୁନାଗଡ଼ : ଜୁନାଗଡ଼ରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ଜଣେ ଗୁରୁତର ଆହତ ହେଇଛନ୍ତି। ଗୋଟାଏ ଅଟୋ, ବାଇକ୍ ମଧ୍ୟ ଦୁର୍ଘଟଣାରେ ଚେପା ହେଇଯାଇଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଜୁନାଗଡ଼ ସହର ୨୬ ନମ୍ୱର୍ ଜାତୀୟ ରାଜପଥର ରେଳ ଷ୍ଟେସନ ଛକ ନିକଟରେ ଗୋଟାଏ ଟ୍ରକ୍ କ୍ରମାଗତ ଭାବେ କିଛି ଲୋକଙ୍କୁ ଧକା ଦେବାରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହେଇଛନ୍ତି। ଟ୍ରକ୍ ଧକ୍କାରେ ଗୋଟାଏ ଅଟୋ, ବାଇକ୍ ମଧ୍ୟ ଚେପା ହେଇ ଯାଇଛି। ମୃତକ ଜୁନାଗଡ଼ ବ୍ଲକ ବକ୍ସିତୁଲସିପାଲି ପଞ୍ଚାୟତ ଅନ୍ତର୍ଗତ ଏକନାଗୁଡା ଗାଁର ଜଗଦିଶ ଧଙ୍ଗଡାମାଝୀ ବୋଲି ଜଣାପଡିଛି। ଗୁରୁତର ଆହତଙ୍କୁ ପ୍ରଥମେ ଜୁନାଗଡ଼ ଏବଂ ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ପୋଲିସ ଟ୍ରକ ଜବତ କରିଥିବାବେଳେ ଚାଳକ ଫେରାର ଅଛି। ସୂଚନାଯୋଗ୍ୟ ଆଜି ଦୁଘଟଣାରେ ମୃତ ଜଗଦୀଶଙ୍କ ଝିଅର ୧୫ ଦିନ ତଳେ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ  ଜୁନାଗଡ଼ ଥାନା ସମ୍ମୁଖରେ ମୃତଦେହ ରଖି ଲୋକେ ରାସ୍ତାରୋକ କରିଛନ୍ତି। ଫଲରେ ୨୬ ନମ୍ୱର୍ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଜୁନାଗଡ଼ ସହର ଦୁଇପଟେ ବହୁ ସଂଖ୍ୟାରେ ଗାଡି ମୋଟର ଅଟକି ରହିଛି। ରାତି ୯ ଟା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇନଥିବା ଜଣାପଡ଼ିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories