www.samajalive.in
Monday, November 17, 2025
17.1 C
Bhubaneswar

ମୋବାଇଲ ପାଇଁ ଆତ୍ମହତ୍ୟା

ଖଇରପୁଟ : ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଅଧିନ ଢେପସାହିରେ ମୋବାଇଲ ପାଇଁ ଜଣେ କୁନି ଝିଅ ଜୀବନ ହାରିଛି।  ବାପାଙ୍କୁ ମୋବାଇଲ ମାଗିଥିଲା କୁନି ଝିଅ ।  ମୋବାଇଲ ନ ଦେବାରୁ ଶେଷରେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲା ଛାତ୍ରୀ । ବାପା ପଦାରେ ଶୋଇଥିବାବେଳେ ହଠାତ୍ ଘରର ଦୁଆର ବନ୍ଧରେ ଗାମୁଛାରେ ବାନ୍ଧି ହୋଇ ଝୁଲିପଡିଥିଲା  ନାବାଳିକାଜଣକ । ଉଦ୍ଧାର କରି ମାଥିଲି ସବଡିଭିଜନ ମେଡିକାଲରେ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୋବାଇଲ ପାଇଁ କୁନି ଝିଅ ଜଣକ ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Hot this week

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

ଭାରସାମ୍ୟ ହରାଇ ଗଛ ପିଟିହେଲା କାର, ୪ ଗୁରୁତର

ଆରଡି: ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ଵର ରାଜ୍ୟ ରାଜପଥର ଆରଡି ଫାଣ୍ଡି...

Related Articles

Popular Categories