www.samajalive.in
Monday, November 17, 2025
17.1 C
Bhubaneswar

ଏସୀୟ ଟେବୁଲ୍ ଟେନିସ ଟିମ୍ ଚମ୍ପିୟାନସିପ ପାଇଁ ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଉଦ୍ଘାଟନ

ଭୁବନେଶ୍ୱର  ୬/୧୦ : ଚଳିତ ମାସ ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍  । ଏନେଇ ଆଜି କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ଵାରା ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ ହୋଇଛି ।

ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ କଟକ, ଭୁବନେଶ୍ୱର ଏବଂ ପୁରୀରେ ଟ୍ରଫି ପରିଭ୍ରମଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ ଟ୍ରଫି ଟୁର ବସ ଏବଂ ମାସ୍କଟ ‘ଅଲି’ ଶୋଭାଯାତ୍ରାରେ ସାମିଲ୍ ହୋଇ ଅନୁଷ୍ଠିତ ହେବାକୁ ଥିବା ଆଟିଟିଏଫ୍ – ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ ସମ୍ପର୍କରେ ଜନସାଧରଣରେ ଅବଗତ କରାଇବେ।

- Advertisement -

ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ, କ୍ରୀଡା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ , ଓଡ଼ିଶା ଟେବୁଲ୍ ଟେନିସ ସଂଘର ସଂଗଠନ ସମ୍ପାଦକ ରବିନ୍ଦ୍ର ପରିଡ଼ା ଏବଂ ଯୁଗ୍ମ ସଚିବ ଜୟଦିଥ ଦେବତା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories