www.samajalive.in
Saturday, December 6, 2025
16.1 C
Bhubaneswar

ଜଙ୍ଗଲ ପରିଚାଳନାରେ ଓଡ଼ିଶା ଜାତୀୟସ୍ତରରେ ଷଷ୍ଠ

-୨୦୨୧-୨୨ରେ ବନୀକରଣ ପାଇଁ ୯୦୩ କୋଟିର ବଜେଟ୍, -ଟାଙ୍ଗରା ପାହାଡ଼ରେ ବନୀକରଣକୁ ଗୁରୁତ୍ବ

ଭୁବନେଶ୍ବର : ୨୦୨୧-୨୨ ବର୍ଷରେ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ବନୀକରଣ ଓ ବୃକ୍ଷ ସୁରକ୍ଷା ଆଦିକ୍ଷେତ୍ରରେ ବାର୍ଷିକ ୯୦୩.୩୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଟାଙ୍ଗରା ପାହାଡରେ ବନୀକରଣ ସହ ବନୀକରଣ ସଂକ୍ରାନ୍ତ ସମସ୍ତ ତଥ୍ୟଙ୍କୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଡାଟାବେସ୍‌ରେ ଅପଲୋଡ୍‌ କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଏହିମର୍ମରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ବର୍ଷିକ କାର୍ଯ୍ୟ ଯୋଜନା କମିଟି ଉପରୋକ୍ତ ଅର୍ଥକୁ ଅନୁମୋଦନ କରିଛି। ଏହି ଅର୍ଥରେ ରାଜ୍ୟର ବିଭିନ୍ନ ବ୍ଲକରେ ବନୀକରଣ, ଟାଙ୍ଗରା ପାହାଡରେ ଗଛ ଲଗାଇବା, ଗତବର୍ଷ ଲଗାଯାଇଥିବା ବାଉଁଶଗଛ ସୁରକ୍ଷା, ଫଳଜାତୀୟ ଚାରାରୋପଣ, ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଭିତ୍ତିଭୂମି ସୁଦୃଢ ଆଦିକ୍ଷେତ୍ରରେ ବିନିଯୋଗ କରାଯିବ। କେନ୍ଦ୍ର ସରକାରଙ୍କ ରାଜ୍ୟ ଜଙ୍ଗଲ ରିପୋର୍ଟ-୨୦୧୯ ଅନୁସାରେ ଓଡ଼ିଶା ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ବନୀକରଣ ଓ ଜଙ୍ଗଲ ପରିଚାଳନାକ୍ଷେତ୍ରରେ ସମସ୍ତ ମାନଦଣ୍ଡ ସୁଚାରୁରୂପେ ପାଳନ କରିଛି। ଲୋକସେବା ଭବନରେ ଆୟୋଜିତ କାମ୍ପାର ସମୀକ୍ଷା ବୈଠକରେ ମୁଖ୍ୟ ଶାସନସଚିବ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ଜଙ୍ଗଲ ଓ ପରିବେଶ ବିଭାଗ ବନୀକରଣ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ କରିବ। ଅପହଞ୍ଚ ଗାଁର ଅଧିବାସୀ ଜରୁରୀକାଳୀନ ପରିସ୍ଥିତିରେ କିପରି ଜଙ୍ଗଲ ରାସ୍ତା ଦେଇ ସୁବିଧାରେ ଗମନାଗମନ କରିପାରିବେ ସେଥିନିମନ୍ତେ ଜଙ୍ଗଲଭିତରେ ଗାଡିମୋଟର ଯିବା ଆସିବା କରି ପାରୁଥିବା ରାସ୍ତା ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଛି। ୩ ବର୍ଷିଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ରାସ୍ତା ନିର୍ମାଣ କରାଯିବ। ଉନ୍ନୟନ କମିସନ ପ୍ରଦୀପ ଜେନା କହିଥିଲେ ବନୀକରଣ ପ୍ରକଳ୍ପଗୁଡିକରେ ତୃତୀୟ ପକ୍ଷକୁ ସାମିଲ କରି ସବୁଜକରଣ କରିବା ଉପରେ ଗୁରୁତ୍ବ ଦିଆଯିବ। ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବାକୁ ସେ ନିର୍ଦେଶ ଦେଇଥିଲେ। ମୁଖ୍ୟ ଜଙ୍ଗଲ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଥିଲେ ଯେ ଆଇଏସ୍‌ଏଫ୍‌ଆର-୨୦୧୯ ରିପୋର୍ଟ ଅନୁସାରେ ୨୦୧୭-୨୦୧୯ ମଧ୍ୟରେ ରାଜ୍ୟରେ ୨୭୪ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ପାଇଛି। ଦେଶରେ ଜଙ୍ଗଲ ପରିଚାଳନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୬ଷ୍ଠ ତମ ସ୍ଥାନରେ ରହିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories