www.samajalive.in
Friday, December 12, 2025
14.1 C
Bhubaneswar

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟକୁ ସବସିଡି ଯୋଗାଣ ପ୍ରସଙ୍ଗ, ମିଳିଛି ୨୦୮୪.୯୦ କୋଟି

ଡେସ୍କ: ରାଜ୍ୟ ସରକାରଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସବସିଡି ଯୋଗାଣରେ ବିଳମ୍ବ ହେବାକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ସହିତ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଗ୍ରହଣୀୟ ଖାଦ୍ୟ ସବସିଡି ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଜାରି କରାଯାଉଛି। ସାର୍ବଜନୀନ ବିତରଣ ପ୍ରଣାଳୀ ଓ ଅନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ଡିଏଫପିଡି ପରିବର୍ତ୍ତନୀୟ ଖର୍ଚ୍ଚର ୯୫% ପର୍ଯ୍ୟନ୍ତ ଏବଂ ସ୍ଥାୟୀ ଖର୍ଚ୍ଚର ୧୦୦% ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବିତରଣ ଉପରେ ରାଜ୍ୟ ସରକାରଙ୍କ ଖର୍ଚ୍ଚକୁ ଭରଣା କରିଥାଏ। ଅନ୍ୟ ପକ୍ଷରେ ଡିଏଫପିଡି ଓ ଏଫସିଆଇ ନିରୀକ୍ଷଣ ଦଳ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ନିମ୍ନମାନର ଖାଦ୍ୟଶସ୍ୟ ପରିମାଣକୁ କାଟି ଦେବା ପରେ ଖାଦ୍ୟ ସବସିଡି ଜାରି କରାଯାଏ।

ତେବେ ଅନ୍ନ ବିତରଣ ପୋର୍ଟାଲରେ ରାଜ୍ୟ ସରକାରଙ୍କ ଦ୍ୱାରା ଦାବି କରାଯାଇଥିବା ବିତରଣ ତଥ୍ୟ ଏହି ପୋର୍ଟାଲରେ ଥିବା ତଥ୍ୟ ସହିତ ମେଳ ନଖାଇବା, ଚୂଡ଼ାନ୍ତ କରିବା ଲାଗି ଅଡିଟ୍ ହୋଇଥିବା ଏକାଉଣ୍ଟ ତଥ୍ୟ ଦାଖଲ କରାନଯିବା, ଗୁଣବତ୍ତା ସହ ଜଡ଼ିତ କାରଣକୁ ନେଇ ବିଭାଗ ଅସ୍ଥାୟୀ ରୂପରେ କିଛି ପରିମାଣର ସବସିଡି ଅର୍ଥରାଶି ଜାରି କରିବା ଉପରେ ରୋକ୍ ଲଗାଇଛି। ସବୁ ରାଜ୍ୟ ପାଇଁ ଏହି ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି କରାଯାଇଛି। ନିକଟରେ ରାଜ୍ୟକୁ ୨୦୮୪.୯୦ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦିଆଯାଇଥିବା କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ କହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories