www.samajalive.in
Saturday, December 13, 2025
14.1 C
Bhubaneswar

୭୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତ ପରିସରରେ ରାଜସ୍ୱ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ତହସିଲଦାର ଶରତ ଶବରଙ୍କ ସହିତ ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ମଲିକ ଏବଂ ଜଙ୍ଗଲ ଜମି ସେଲର ସଂଯୋଜକ ସଲ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତର ସ୍ୟାଙ୍ଗ ବାଲି, ବ୍ରାହାସାଲକା, କୁଏରାଙ୍ଗା, ମାର୍ଦିପଙ୍କା, କୁସିପାଙ୍କା, କାକାମାହା ସମେତ ଅନ୍ୟ ଗ୍ରାମର ଜନସାଧାରଣ ଯୋଗ ଦେଇଥିଲେ। ମେଳାରେ ତହସିଲଦାର ଜଙ୍ଗଲ ଜମି ଅଧିକାର ଆଇନ, ରାଜସ୍ବ ବିଭାଗରେ ରହିଥିବା ବିଭିନ୍ନ ଯୋଜନା ଓ କେଉଁ ଯୋଜନାରେ କିକି ସୁବିଧା ରହିଛି ସେ ସମ୍ପର୍କରେ ଆଲୋଚନା କରି ସଚେତନ କରିଥିଲେ। ରାଜସ୍ବ ବିଭାଗରେ କେଉଁ ପ୍ରମାଣ ପାତ୍ର ପାଇବା ପାଇଁ ଦରଖାସ୍ତର କେତେଦିନରେ ପାଇବେ ସେହି ସୂଚନା ପ୍ରଦାନ କରିଥିଲେ। ଏହା ପରେ ସ୍ୟାଙ୍ଗ ବାଲି, ବ୍ରାହାସାଲକା, କୁଏରାଙ୍ଗା, ମାର୍ଦିପଙ୍କା, କୁସିପାଙ୍କା, କାକାମାହା ଗ୍ରାମର ୭୩ ଜଣକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories