ମୋହନା: ମଙ୍ଗଳବାର ରାତ୍ର ପ୍ରାୟ ୩.୨୦ରେ ଏକ ଅଜଣା ଟ୍ରକ ଧକ୍କାରେ ୩ଟି କାର ନଷ୍ଟ ହେବାପରେ ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଥିଲା। କିନ୍ତୁ ସିସିଟିଭି ଫୁଟେଜରୁ ଘଟଣାର ପର୍ଦ୍ଦାଫାଶ ହୋଇପାରିଛି। ସୂଚନା ଯୋଗ୍ୟ ବ୍ରହ୍ମପୁର ଠାରୁ ରାତ୍ର ପ୍ରାୟ ୩.୨୦ରେ ଏକ ଟ୍ରକ ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ମହେନ୍ଦ୍ରଗଡ଼ ଅଭିମୁଖେ ଆସୁଥିବା ବେଳେ ଗାଡିର ଭାରସାମ୍ୟ ରକ୍ଷା କରି ନପାରି ଚାଳକ ଚନ୍ଦ୍ରଗିରି ଅର୍ଣ୍ଣପୂର୍ଣ୍ଣା ଲଜ ସମ୍ମୁଖ ଜାତୀୟ ରାଜପଥ କଡ଼ରେ ପାର୍କିଙ୍ଗ କରି ରହିଥିବା ୩ଟି କାରକୁ ଧକ୍କା ଦେଇ ଚାଲିଯାଇଥିଲା। ଯାହାଫଳରେ ୩ଟି ଯାକ କାର ନଷ୍ଟ ହୋଇଯାଇଛି। ଏହି ଘଟଣାର ସମସ୍ତ ଚିତ୍ର ସିସିଟିଭି ଫୁଟେଜରେ କଏଦ ମଧ୍ୟ ହୋଇଚ୍ଛି। ଏହି ଖବର ଜାଣିବା ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।
Popular Categories



