ବୁଧବାର ରାଶିଫଳ ୦୫.୦୪.୨୦୨୩

ମେଷ: ଆୟୁଷ୍ମାନ୍‌ ହେବେ। ଭାଇମାନଙ୍କ ଉପରେ ଶ୍ରଦ୍ଧା ଭାବ ରହିବ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ମିତବ୍ୟୟୀ ହେବେ। ଚାକିରି କ୍ଷେତ୍ରରେ ପ୍ରଶଂସାଭାଜନ ହୋଇ ନିଜକୁ ଧନ୍ୟ ମନେକରିପାରନ୍ତି।
ବୃଷ: ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପତ୍ନୀଙ୍କ ଉପଦେଶ ଉପାଦେୟ ହେବ।
ମିଥୁନ: ଉଦାରଚେତା ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଆୟୁଷ୍ମାନ୍‌ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରା ନ କରିବା ଭଲ। ପ୍ରେମୀ ଓ ବୁଦ୍ଧିମାନ ହେବେ।
କର୍କଟ: ମନ ପ୍ରସନ୍ନ ରହିବ। ଈଶ୍ବରଙ୍କ ଭକ୍ତିରେ ଦିବ୍ୟ ଚେତନା ପ୍ରାପ୍ତ ହେବେ। ଭାଷା କମନୀୟ ଓ ବ୍ୟବହାର ନମନୀୟ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର, ସମ୍ମାନ ମିଳିବ। ବନ୍ଧୁପ୍ରେମୀ ହେବେ।
ସିଂହ: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରଙ୍କ ସହାୟତା ମିଳିବ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ରଣାଙ୍ଗନରେ ସୈନିକ ପାରଙ୍ଗମ ହେବେ। ସୁସ୍ବାଦୁ ଭୋଜନ ମିଳିବ।
ତୁଳା: ମଧୁର କଥାରେ ପରକୁ ଆପଣାର କରିବାର କଳା ଆପଣଙ୍କର ଅଛି। କର୍ମଚଞ୍ଚଳ ରହିବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। ମହୋତ୍ସବରେ ଧନ ବ୍ୟୟ କରିପାରନ୍ତି।
ବିଛା: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହ​‌େ​‌ିବ। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।
ଧନୁ: କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ଆୟୁଷ୍ମାନ୍‌ ହେବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। କର୍ମଚଞ୍ଚଳ ରହିବେ। ପରିବାର ପ୍ରତି ସ୍ନେହଭାବ ରହିବ।
ମକର: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ. ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ରାଜତୁଲ୍ୟ ହୋଇପାରନ୍ତି। ସବୁ କାମରେ ଆଧିପତ୍ୟ ବିସ୍ତାର କରିବେ। ମନବଳରେ ଅସୁସ୍ଥତାକୁ ଭ୍ରୂକ୍ଷେପ କରିବେନି; ମାତ୍ର ସତର୍କରେ ଚଳିବେ।
ମୀନ: ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜସେବୀଭାବେ ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହୋଇପାରନ୍ତି।

Comments are closed.