www.samajalive.in
Thursday, December 11, 2025
16.1 C
Bhubaneswar

ପଡ଼ିଶା ଭାଷାର ପ୍ରାଧାନ୍ୟ ଭିତରେ ସ୍ଥିତି ଖୋଜୁଛି ଓଡ଼ିଆ

କୋରାପୁଟ: ସୀମାନ୍ତବର୍ତ୍ତୀ ଜିଲା ଗୁଡ଼ିକରେ ମାତୃଭାଷାର ସ୍ଥିତି ନଗଣ୍ୟ ହେଉଥିବା ପରିଲକ୍ଷିତ ହେଉଛି। ବିଶେଷ କରି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼କୁ ଲାଗି ରହିଥିବା ମାଳଭୂମିର ଚାରି ଜିଲା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲାରେ ପଡ଼ୋଶୀ ରାଜ୍ୟର ଭାଷା, ଚାଲିଚଳନ, ସଂସ୍କୃତି ପ୍ରଭାବ ବିସ୍ତାର କରି ଚାଲିଥିବାବେଳେ ଦିନକୁ ଦିନ ଏସବୁ ଜିଲାରେ ମାତୃଭାଷା ନିଜର ସ୍ଥିତି ହରାଇ ବସୁଥିବା ଚର୍ଚ୍ଚା ହେଉଛି। ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ବର୍ଷ ପରେ ବର୍ଷ ମାତୃଭାଷାର ସ୍ଥିତି, ସୁରକ୍ଷା ନେଇ ବିଭିନ୍ନ ସ୍ତରରେ ବିଶେଷ କରି ସରକାରୀ ସ୍ତରରେ ମଧ୍ୟ ଜୋରସୋର୍‌ ପ୍ରୟାସ ଚାଲିଥିଲେ ହେଁ ସମୟକ୍ରମେ ସୀମାନ୍ତ ଅଞ୍ଚଳରେ ମାତୃଭାଷାର ସ୍ଥିତି ଦୁର୍ବଳ ହେଉଥିବା ବାରି ହେଉଛି।

କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ତେଲେଗୁ ଭାଷାର ପ୍ରାଧାନ୍ୟ ଦେଖିବାକୁ ମିଳୁଥିବାବେଳେ ନବରଙ୍ଗପୁର ସୀମାନ୍ତ ରାଇଘର, ଚନ୍ଦାହାଣ୍ଡି ଅଞ୍ଚଳରେ ଛତିଶଗଡ଼ ଭାଷା ପ୍ରାଧାନ୍ୟ ବିସ୍ତାର କରିଥିବା ଦେଖିବାକୁ ମିଳୁଛି। ରାୟଗଡ଼ାରେ ତେଲେଗୁ ଭାଷାର ପ୍ରାଧାନ୍ୟ ଏତେ ମାତ୍ରାରେ ପ୍ରଭାବ ବିସ୍ତାର କରିଛି ଯେ ଲୋକେ ମାତୃଭାଷା ଅପେକ୍ଷା ପିଲାରୁ ବୁଢ଼ା ଅଧିକାଂଶ ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ଦୋକାନ ବଜାରରେ ତେଲୁଗୁ ଭାଷାର ପ୍ରାଧାନ୍ୟ ଦେଖିବାକୁ ମିଳିଥିବା ବେଳେ ରାୟଗଡ଼ା ରେଳଷ୍ଟେସନରେ ତେଲୁଗୁ ଭାଷାରେ ଘୋଷଣା ଦେଖିଲେ ଦିନକୁ ଦିନ ମାତୃଭାଷାର ସ୍ଥିତି ରସାତଳଗାମୀ ହେଉଥିବା ହୃଦ୍‌ବୋଧ ହେଉଛି। ସେହିପରି କୋରାପୁଟ ଜିଲାରେ ତେଲୁଗୁ ମଧ୍ୟ ପ୍ରଭାବ ବିସ୍ତାର କରୁଛି। ରେଳଷ୍ଟେସନରେ ଅଗ୍ରୀମ ଟିକଟ ବୁକି କାଉଣ୍ଟରେ ଯାତ୍ରୀଙ୍କୁ ଦିଆଯାଉଥିବା ପଞ୍ଜିକରଣ ଫର୍ମରେ ତେଲେଗୁ ଭାଷାରେ ଲିଖିତ ରହିବା ଅନେକଙ୍କୁ ବିସ୍ମିତ କରୁଥିଲେ ମଧ୍ୟ ଏଥିରେ ସୁଧାର ଆସିପାରୁନାହିଁ। କୋରାପୁଟ ଜିଲାର ନନ୍ଦପୁର, ଲମତାପୁଟ ବ୍ଲକ ସୀମାନ୍ତ ସହ ପଟାଙ୍ଗି ସୀମାନ୍ତ ଅଞ୍ଚଳରେ ତେଲୁଗୁ ଭାଷାର ପ୍ରାଧାନ୍ୟ ଦେଖିବାକୁ ମିଳୁଛି। ପଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ରର ତେଲୁଗୁ ଭାଷା ଘର ବସାଇସାରିଥିବାବେଳେ ଆମ ମାତୃଭାଷା ପଛେଇବାରେ ଲାଗିଛି। କୋଟିଆ ଅଧିବାସୀ କୁଇଭାଷା ସହ ତେଲୁଗୁ ଭାଷାକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି । ସୀମାନ୍ତ ଫଗୁଣସିନେରୀ, ଫାଟୁସିନେରି, ମାଡ଼କାର, ନେରେଡିବାଲ୍‌ସା ଆଦି ଅଞ୍ଚଳରେ ତେଲୁଗୁ ଭାଷା କବ୍‌ଜା କରିସାରିଲାଣି କହିଲେ ଅତ୍ୟୁକ୍ତି ହେବନାହିଁ। ନେରେଡିବାଲ୍‌ସାରେ ଓଡ଼ିଆ ବିଦ୍ୟାଳୟରେ ପିଲା ଥିଲେ ହେଁ ଆନ୍ଧ୍ର ପକ୍ଷରୁ ଖୋଲାଯାଇଥିବା ବିଦ୍ୟାଳୟରେ ପିଲାଙ୍କ ପ୍ରବେଶ ନେଇ ସେମାନଙ୍କ ଅଭିଭାବକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ସେହିପରି ଫାଟୁସିନେରି, ଫଗୁଣସିନେରି ସମେତ ମାଡ଼କାର ଆଦି ଅଞ୍ଚଳରେ ମାତୃଭାଷାର ସ୍ଥିତି ନଗଣ୍ୟ କହିଲେ ଭୁଲ ହେବନାହିଁ। ଆମେ ପ୍ରୟାସ କରୁଛେ ସତ, ସେମାନେ କିନ୍ତୁ କାର୍ଯ୍ୟକାରିତାରେ ଆମଠାରୁ ଆଗରେ ଥିବା ଭାଷାର ଅନୁପ୍ରବେଶକୁ ଦେଖିଲେ ବୁଝି ହେଉଛି। ସେହିପରି ପଡ଼ୋଶୀ ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ତେଲୁଗୁ ଭାଷା ପ୍ରାଧାନ୍ୟ ବିସ୍ତାର କରିଛି। ଚିତ୍ରକୋଣ୍ଡା ବ୍ଲକର କିଛି ଅଞ୍ଚଳ ସମେତ ମୋଟୁ, କାଲିମେଳା ବ୍ଲକ ଅଞ୍ଚଳରେ ଏଭଳି ଭାଷାର ପ୍ରାଧାନ୍ୟ ଦେଖିଲେ ଧୀରେଧୀରେ ସୀମାନ୍ତରେ ମାତୃଭାଷା ସ୍ଥିତି ହରାଇ ବସିବାର ଆଶଙ୍କା ସୃଷ୍ଟି କରିଛି। ବିଦ୍ୟାଳୟ ଖୋଲାଯାଉଛି, ଶିକ୍ଷକ ନିଯୁକ୍ତି ମଧ୍ୟ ହେଉଛନ୍ତି, କେବଳ ମନୋବଳ ଅଭାବରୁ ଓଡ଼ିଆ ଭାଷା ଦୁର୍ବଳ ସ୍ଥିତିରେ ଥିବାବେଳେ ପଡ଼ିଶା ଭାଷାର ଗୁରୁତ୍ବ ପରିଲକ୍ଷିତ ହେଉଛି। ‘ମୋ ସହର’, ‘ଆମ ସହର’ ପରିବର୍ତ୍ତେ ସ୍ଥାନରେ ‘ଆଇଲଭ୍‌..’ ଫଳକ ଦେଖିଲେ ମାତୃଭାଷା ପ୍ରୀତି ବୁଝି ହେଉଛି ା ସମାରୋହ,ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଛାଡ଼ି ତୃଣମୂଳସ୍ତରରେ ମାତୃଭାଷାର ସ୍ଥିତି ଓ ସୁରକ୍ଷା ନେଇ ଉଦ୍ୟମ କରାଯିବା ସହ ସଚେତନତା ସୃଷ୍ଟି କରାଯାଇପାରିଲେ ଓଡ଼ିଶା ଦିବସ ପାଳନର ଯଥାର୍ଥତା ରହିବ ବୋଲି ଚର୍ଚ୍ଚା ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories