www.samajalive.in
Tuesday, December 9, 2025
15.1 C
Bhubaneswar

ଟାୱାର ପୋଡିଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବସ୍ତର ଅଞ୍ଚଳରେ ପୁଣି ନକ୍ସଲହିଂସା ଦେଖିବାକୁ ମିଳିଛି । ନକ୍ସଲମାନେ ଛତିଶଗଡ଼ର କୋଣ୍ଡାଙ୍ଗାବ ଜିଲାରେ ଏକ ବଡ଼ ଘଟଣା ଘଟାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନକ୍ସଲମାନେ କୋଣ୍ଡାଙ୍ଗାବ ଜିଲାର ବୟନାର ପୁଲିସ ଥାନା ଅନ୍ତର୍ଗତ ଚେରଙ୍ଗ ଗ୍ରାମରେ ଥିବା ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାରରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ନେଟୱାର୍କ ସମସ୍ୟା ଦେଖାଦେଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ସଶସ୍ତ୍ର ନକ୍ସଲ ଚେରଙ୍ଗ ଗ୍ରାମରେ ପହଞ୍ଚି ସେଠାରେ ଜିଓ କମ୍ପାନୀର ଏକ ମୋବାଇଲ ଟାୱାରର କଣ୍ଟ୍ରୋଲ ୟୁନିଟ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ନକ୍ସଲଦ୍ୱାରା ବ୍ୟାନର ଓ ପୋଷ୍ଟର ମାଧ୍ୟମରେ ଏହି ଘଟଣାଟି ବୟାନାର ଏରିଆ କମିଟି ମାଓବାଦୀ ସଂଗଠନ ଦ୍ୱାରା ପୋଡ଼ାଜଳା କରାଯାଇଥିବା ଲେଖାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories