www.samajalive.in
Thursday, December 11, 2025
16.1 C
Bhubaneswar

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୋର : ସେବା ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଅବସର ନଥାଏ। ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ତଥା ଅନୁଷ୍ଠାନ ପାଇଁ କିଛି କର୍ମ କରିବା ପାଇଁ ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଛନ୍ତି।

ସୋର ବ୍ଲକ ଅନ୍ତର୍ଗତ କେଶରୀପୁର ଶତ୍ରୁଘ୍ନନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯଦୁନାଥ ଯଶମୁଖଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁଦାସ ପାଢ଼ୀ ସଭାପତିତ୍ବ କରିଥିଲେ। ସୋର ଅତିିରିକ୍ତ ବ୍ଲକ୍‌ ଶିକ୍ଷାଧିକାରୀ ସୋମନାଥ ଦାସ ମୁଖ୍ୟ ଅତିଥି ଓ ଆଟପୁର ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର କର ସମ୍ମାନିତିଥି ଅତିଥିଭାବେ ଯୋଗ ଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଯଶମୁଖ ନିଜର ସ୍ବଳ୍ପ ସମୟ ରହଣି ମଧ୍ୟ​‌େ​‌ର ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ ଭାବେ ଗଢ଼ି ତୋଳିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି କହିଥିଲେ।

- Advertisement -

ଅନୁଷ୍ଠାନର ପ୍ରଥମ ସଭାପତି ଶ୍ରୀଧର ବେହେରା, ପ୍ରତିଷ୍ଠାତା ସଦସ୍ୟ ସୁରେନ୍ଦ୍ରନାଥ ବାରିକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଦ୍ୟାଧର ମୁଦୁଲି, ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ, ପୁରାତନ ଛାତ୍ର ସଂଗଠନର ସଭାପତି ଡ. ସୁରେନ୍ଦ୍ର କୁମାର ବିଶ୍ବାଳ, ନିରଞ୍ଜନ ନାୟକ, ରାକେଶ ମଲ୍ଲିକ, ଗୋପୀନାଥ ରାଉତ, ହେମନ୍ତ କୁମାର ନାୟକ, ରମାକାନ୍ତ ବେହେରା, ମହେନ୍ଦ୍ର ସାହୁ, ନରେନ୍ଦ୍ର ରାଉତ, ଗୋପୀନାଥ ମଲ୍ଲିକ, ଗୋପୀନାଥ ବାରିକ୍‌, ସରପଞ୍ଚ ନରେନ୍ଦ୍ର କୁମାର ବିଶ୍ବାଳ, ହରିଶ୍ଚନ୍ଦ୍ର ଖୁଣ୍ଟିଆ, ରବୀନ୍ଦ୍ର ସାହୁ, ଚକ୍ରଧର ନାୟକ, ପରେଶ ବେହେରା, ଉମାକାନ୍ତ ବେହେରା, ରତ୍ନାକର ବାରିକ, ଭାସ୍କର ଚଣ୍ଡ ପ୍ରମୁଖ ବିଦାୟୀ ପ୍ରଧାନଶିକ୍ଷକଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ସୁଜାତା ଦାସ, ବର୍ଷାରାଣୀ ସାମଲ, ସନ୍ଧ୍ୟାରାଣୀ ମଲ୍ଲିକ, ରୀତା ଦେବଗୋସ୍ବାମୀ, ରଞ୍ଜନ କୁମାର ସାହୁ, ରମାକାନ୍ତ ସାହୁ, ରଞ୍ଜିତା ମଲ୍ଲିକ, ମାୟାଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ରୀତା ଦେବଗୋସ୍ବାମୀ ଅତିଥି ପରିଚୟ ଓ ବର୍ଷା ସାମଲ ଧନ୍ୟବାଦ ଦେଇଥିଲେ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories