www.samajalive.in
Sunday, December 14, 2025
19.1 C
Bhubaneswar

ସୁରକ୍ଷିତ ରେଳ ଯାତ୍ରା ନେଇ ଜନ ସଚେତନତା

ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁର ରେଳ ସୁରକ୍ଷା ବଳ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ବରଗଡ଼ ରେଳୱେ ପୋଲିସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଲେବଲ କ୍ରଶିଂ ଫାଟକ ଥିବା ରେଳ ଫାଟକକୁ ପାର ହେବା ବେଳେ ଜନସାଧାରଣ କେଉଁ କେଉଁ ରେଳ ଟ୍ରାଫିକ ନିୟମ ସବୁ ପାଳନ କରିବା ଉଚିତ୍, ସେ ସବୁ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ସଚେତନ କରିଥିଲେ। ରେଳ ଫାଟକରେ ଗେଟ୍ ପଡ଼ିଥିବା ବେଳେ ଆଇନ ବିରୋଧୀ କାମ କରି ତଳ ପଟୁ ତାକୁ କେହି ପାର କରିବା ଉଚିତ୍ ନୁହେଁ। ଯାତ୍ରୀବାହୀ ରେଳକୁ ଟେକା, ପଥର ଫିଙ୍ଗିବା ଉଚିତ୍ ନୁହେଁ କାରଣ ତାହା ରେଳ ଯାତ୍ରୀମାନଙ୍କ ପାଇଁ ବଡ ବିପଦ ସୃଷ୍ଟି କରି ପାରେ। ଏହା ବ୍ୟତୀତ ଟେକା ବା ପଥରଟି ରେଳ ଦବାରେ ବାଜି ବିପରୀତ ଦିଗରେ ଫେରି ଫିଙ୍ଗିଥିବା ବ୍ୟକ୍ତିକୁ ମଧ୍ୟ ଆଘାତ ଦେଇପାରେ। ଯେଉଁଠାରେ ଲେବଲ୍ କ୍ରସିଂ ନାହିଁ, ସେଠାରେ ଉଭୟ ପଟକୁ ଦେଖି ରେଳ ଲାଇନ୍ ପାରି ହେବା ଉଚିତ୍। ଯେ କୌଣସି କାରଣରୁ ହେଉ ନା କାହିଁକି ରେଳ ଲାଇନ ଉପରେ ଚାଲି ଚାଲି ଯିବା ରେଳ ଆଇନ ବିରୁଦ୍ଧ ଅଟେ। ଏହାକୁ ଅମାନ୍ୟ କରି ଅନେକ ଲୋକମାନେ ଦୁର୍ଘଟଣାର ଶିକାର ହୋଇ ଜୀବନ ହରାଉଛନ୍ତି। ତେଣୁ ରେଳ ଲାଇନ୍ ଉପରେ ଚାଲି ଚାଲି ଯିବା ସମ୍ପୂର୍ଣ୍ଣ ମନା।

ରେଳ ଷ୍ଟେସନରେ ଗାଡି ଛାଡ଼ିବା ପୂର୍ବରୁ ଦେଉଥିବା ସିଗ୍ନାଲକୁ ଧ୍ୟାନରେ ରଖି ଗାଡ଼ି ଛାଡ଼ିବା ପୂର୍ବରୁ ନିଜ ରେଳ ଉପରକୁ ଚଢ଼ିବାକୁ ସମସ୍ତ ଜନସାଧାରଣଙ୍କୁ ଏହି ଅବସରରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରେଲୱେ ପୋଲିସ ବରଗଡ଼ର କର୍ମଚାରୀମାନେ ସାମିଲ ହୋଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories