www.samajalive.in
Sunday, December 14, 2025
26.1 C
Bhubaneswar

ଆଜିଠାରୁ ସମ୍ବଲପୁରରେ ସର୍ବଭାରତୀୟ ରେଳବାଇ କ୍ରିକେଟ ଚାମ୍ପିୟନସିପ

ସମ୍ବଲପୁର: ପୂର୍ବତଟ ରେଳବାଇ କ୍ରିଡା ଅନୁଷ୍ଠାନ ସମ୍ବଲପୁର ମଣ୍ଡଳ ଦ୍ୱାରା ୬୬ତମ ସର୍ବ ଭାରତୀୟ ରେଳବାଇ ଟି – ୨୦ କ୍ରିକେଟ ଚାମ୍ପିୟନସିପ ୨୦୨୨ – ୨୩ ର ପୁଲ – ଡି ଲିଗ ମ୍ୟାଚ ଶନିବାର ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ୧୮ ରୁ ୨୫ ତାରିଖ ପର୍ୟ୍ୟନ୍ତ ରେଳବାଇ ଷ୍ଟାଡିୟମ ଓ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆୟୋଜିତ ହେବ। ସମ୍ବଲପୁର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ୧୦ଟି ଓ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ୧୧ଟି ମ୍ୟାଚ ସମେତ ସମୁଦାୟ ୨୧ଟି ମ୍ୟାଚ ଖେଳାଯିବ। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ମୁଖ୍ୟ ଅତିଥି ରୂପେ ରେଳାବଇ ଷ୍ଟାଡିୟମ ଠାରେ ଏହି ଚାମ୍ପିୟନସିପକୁ ଉଦଘାଟନ କରିବେ। ଏହି ଅବସରରେ ପୂର୍ବଟରେ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ ଭୁବନେଶ୍ୱରର ଅଧ୍ୟକ୍ଷା ଦିବ୍ୟା ଶର୍ମା ଓ ପୂର୍ବତଟ ରେଳବାଇ କ୍ରିଡା ଅନୁଷ୍ଠାନ ଭୁବନେଶ୍ୱରର ଅଧ୍ୟକ୍ଷ ଏ. ପି. ଦ୍ୱିବେଦୀ ଉପସ୍ଥିତ ରହିବେ। ଏହି ଚାମ୍ପିୟନସିପରେ ଭାରତ ୟୁ – ୧୯ ଖେଳାଳୀ ମନ୍ନୁ ସ୍ୱାମୀ, ରାଜେଶ ମହାନ୍ତି, ଭାରତୀୟ ରେଳବାଇ ଖେଳାଳି ପି. ପ୍ରଦୀପ ଓ ଆନନ୍ଦ ଡି ଏବଂ ରଣଜୀ ଖେଳାଳି ସୁର୍ୟ୍ୟକାନ୍ତ ପ୍ରଧାନ, ଜୟନ୍ତ ବେହେରା, ଅଙ୍କିତ ଯାଦବ ପ୍ରମୁଖ ଅଂଶଗ୍ରହଣ କରିବେ। ଏହି କାର୍ୟ୍ୟକ୍ରମ ସାଧାରଣ ଦର୍ଶକ ମାନଙ୍କ ପାଇଁ ଖୋଲା ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ରେଳବାଇ ଜୋନ ଏବଂ ପ୍ରଡକ୍ସନ ୟୁନିଟର ୭ଟି ଦଳ ଯଥା ପୂର୍ବତଟ ରେଳବାଇ, ପୂର୍ବ ରେଳବାଇ, ଦକ୍ଷିଣ ରେଳବାଇ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ, ରେଳ ହ୍ୱିଲ ଫ୍ୟାକ୍ଟ୍ରି, ବାଙ୍ଗାଲୁରୁ, ଇନ୍ଟେଗ୍ରାଲ କୋଚ ଫ୍ୟାକ୍ଟ୍ରି, ପେରାମ୍ବୁର ଓ ରେଳବାଇ ସୁରକ୍ଷା ବଳ ର ଦଳ ଗୁଡିକ ଚାମ୍ପିୟନସିପରେ ଅଂଶଗ୍ରହଣ କରୁଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ ୧୬୦ ଜଣ ଖେଳାଳି ଏବଂ କ୍ରିକେଟ ଅଧିକାରୀ ସାମିଲ ହୋଇଛନ୍ତି। ମ୍ୟାଚ ଗୁଡିକ ୨ଟି ସିପ୍ଟ ଯଥା ସକାଳ ୯ଟାରୁ ଦିନ ୧୨ଟା ୩୦ ଏବଂ ମଧ୍ୟାହ୍ନ ୧ଟା ୩୦ରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଖେଳାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories