www.samajalive.in
Sunday, December 14, 2025
16.1 C
Bhubaneswar

ପୁରୀ ଜିଲ୍ଲାର ବୃହତ୍ତମ ପ୍ରସିଦ୍ଧ ଶୁକଳ ମେଳଣ ଅନୁଷ୍ଠିତ

ସାକ୍ଷୀଗୋପାଳ: ପ୍ରାୟ ୨୦୦ ବର୍ଷରୁ ଅଧିକ ଶୁକଳ ମେଳଣରେ ପୁରୀ ଜିଲ୍ଲାର ସତ୍ୟବାଦୀ, ବ୍ରହ୍ମଗିରି, ପୁରୀ ସଦର, କଣାସ ଓ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ୨୦୦ରୁ ଉର୍ଦ୍ଧ୍ୱ ଦୋଳ ବିମାନରେ ପ୍ରତ୍ୟେକ ଗ୍ରାମର ଆରାଧ୍ୟ ଠାକୁର ଓ ଠାକୁରାଣୀ ମେଳଣ ପଡିଆରେ ବିରାଜମାନ କରିଥିଲେ। ଏହାର ଥାନପତି ହେଇଛନ୍ତି ଶ୍ରୀକ୍ଷେତ୍ର ପଞ୍ଚୁ କୋଷୀରେ ସ୍ଥାପିତ ତୃତୀୟା ଦେବ ଜଗନ୍ନାଥ ଏହି ମେଳଣର ଥାନପତି ଅଟନ୍ତି। ଥାନପତି ତୃତୀୟା ଦେବ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଖୋରଧାର ଶାସକ ଦ୍ଵିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲେ। ଥାନପତି ଶ୍ରୀ ଶ୍ରୀ ତୃତୀୟା ଦେବ ଜଗନ୍ନାଥଙ୍କ ବିରାଜମାନ ପରେ ସେହି ସମୟରେ ପ୍ରତିଷ୍ଠା ହୋଇଥିବା ଶୁକଳ ନିକଟସ୍ଥ ମାର୍କଣ୍ଡ ପଡାର ହରଶିବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଠାକୁର ବିରାଜ ମାନ କରିଥିଲେ। ଉଭୟ ଠାକୁରଙ୍କୁ ଘଣ୍ଟି ଘଣ୍ଟା ପଟୁଆର ରେ ନବମୀ ତିଥିରେ ମେଲଣ ପଡିଆରେ ବିଜେ କରିଥିଲେ। ପରେ ପରେ ପୁରୀ ଜିଲ୍ଲାର ପ୍ରାୟ ୪ବ୍ଲକରୁ ୨୦୦ବିମାନ ଠାକୁରଙ୍କ ସହ ବିରାଜମାନ କରିଥିଲେ।

ଏହି ମେଳଣର ମୁଖ୍ୟ ପୃଷ୍ଠପୋଷକ ଥିଲେ ତତ୍କାଳୀନ ଏମାର ମଠ ମହନ୍ତ ଗଦାଧର ରାମାନୁଜ ଦାସ ମହାରାଜ। ଏଠାରେ ଏମାର ମଠର ଏକ ଖମାର ବା ମଠ ଥିଲା। ମେଲଣଟି ଦଶଦୋଳ ହୋଇଥିବାରୁ ଏହା ଦୋଳ ପୂର୍ଣ୍ଣିମା ପରେ ନବମୀ, ଦଶମୀ ଓ ଏକାଦଶୀ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ମେଳଣରେ ଗ୍ରାମାଞ୍ଚରେ ଗୃହ ଉପକରଣ ବିକ୍ରି ବଟା ସହ କୃଷି ଉପକରଣ ବିକ୍ରି ବଟା ହୋଇଥିଲା। ମନୋରଞ୍ଜନ ପାଇଁ ଯାତ୍ରା ଅନୁଷ୍ଠିତ ହୋଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories