www.samajalive.in
Sunday, December 14, 2025
26.1 C
Bhubaneswar

ଜିଲାସ୍ତରୀୟ ବ୍ୟାଟମିଣ୍ଟମନ ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁର ଜିଲାସ୍ତରୀୟ ବିଦ୍ୟାଳୟ ସମୁହ ଗୁଡିକର ଶୁକ୍ରବାର ଦିନ ବ୍ୟାଟମିଣ୍ଟନ ପ୍ରତିଯୋଗିତା ୨୦୨୨ – ୨୩ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ମହାନଦୀ କ୍ଲବ ଠାରେ ଜିଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଏବଂ ଜିଲା ଶାରିରୀକ ଶିକ୍ଷା ନିରିକ୍ଷକ ଜଗବନ୍ଧୁ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୪ ବର୍ଷ ଓ ୧୭ ବର୍ଷରୁ କମ ବାଳକ ବାଳିକା ବର୍ଗରେ ସମୁଦା ୭୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୦ ଜଣ ଗାଇଡ ଶିକ୍ଷକ ଓ ୮ ଜଣ ଖେଳ ଶିକ୍ଷକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ଲକ୍ଷପତି ନନ୍ଦ, ଚିତ୍ତରଞ୍ଜନ ପଣ୍ଡା, ସତ୍ୟରଞ୍ଜନ ପଣ୍ଡା, ପୃଥ୍ୱୀନାଥ ସୁଧାଂଶୁ, ଭୀମସେନ ବାରିକ, ତ୍ରିବିକ୍ରମ ରଣା, ରମେଶ କୁମାର ବେରିହା, ମଣି ବେଜି ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ସମ୍ବଲପୁର ଜିଲାର କୃତୀ ପ୍ରତିଯୋଗୀ ମାନେ ଆଗାମୀ ୨୨ ଓ ୨୩ ତାରିଖରେ ରାଜ୍ୟ ବିଦ୍ୟାଳୟ ସମୁହ ବ୍ୟାଟମିଣ୍ଟନ ପ୍ରତିଯୋଗିତାରେ ଅଂଶ ଗ୍ରହନ କରିବା ପାଇଁ ଭୁବନେଶ୍ୱର (କିଟ୍ସ) ଅଭିମୁଖେ ଯାତ୍ରା କରିବେ। ଏହି ପ୍ରତିଯୋଗିତାରେ ସତ୍ୟ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ରାଜଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories