ଆଠଗଡ଼: ଆଠଗଡ଼ ଓକିଲ ସଂଘର ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସୋମବାର ଚୂଡାନ୍ତ ପାର୍ଥୀ ତାଲିକା ପ୍ରକାଶ ପାଇଛି। ଏଥିରୁ ସଭାପତି ଓ ସଂପାଦକ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଧିତା ହେଉଥିବା ବେଳେ ଉପସଭାପତି, ଯୁଗ୍ମ ସଂପାଦକ ଓ ସହସଂପାଦକ ପଦବୀରେ ଜଣେ ଲେଖାଏଁ ପାର୍ଥୀ ରହିଥିବାରୁ ସେମାନେ ନିଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି। ସଭାପତି ପଦବୀ ଲାଗି ସଂଜୟ କୁମାର ଦାଶ ଓ ଜଗଦାନନ୍ଦ ତ୍ରିପାଠୀଙ୍କ ମଧ୍ୟରେ ଏବଂ ସଂପାଦକ ପଦବୀ ଲାଗି ବନବିହାରୀ ସାହୁ ଓ ରଞ୍ଜନ କୁମାର ନାୟକଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଛି। ଉପସଭାପତି ପଦବୀରେ ସୁବାସ ଚନ୍ଦ୍ର ସାହୁ, ଯୁଗ୍ମ ସଂପାଦକ ପଦବୀ ଲାଗି ସରୋଜ କୁମାର ପଟ୍ଟନାୟକ ଓ ସହ ସଂପାଦକ ପଦବୀରେ ଶ୍ରୀନିବାସ ଦାସ ପ୍ରମୁଖ ଜଣେ ଲେଖାଏଁ ପ୍ରାର୍ଥୀ ରହିଥିବାରୁ ସେମାନେ ନିଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି ବୋଲି ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ଆଇନଜୀବୀ ପ୍ରସାଦ କୁମାର ମାଝି ପ୍ରକାଶ କରିଛନ୍ତି। କୋଷାଧ୍ୟକ୍ଷ, ଗ୍ରନ୍ଥାଗାର ସଂପାଦକ ଓ ସହସଂପାଦକ ପଦବୀ ପାଇଁ କେହି ନାମାଙ୍କନ ଦାଖଲ କରିନଥିବା ଜଣାପଡ଼ିଛି। ସେହପରି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଦୀପାଳି ଦାଶ ଓ ପ୍ରତାପ ଚନ୍ଦ୍ର ସେଠୀ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସେମାନେ ନିଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ବୋଲି ଜଣାପଡ଼ିଛି। ଆସନ୍ତା ୨୫ତାରିଖରେ ଆଠଗଡ଼ ଓକିଲ ସଂଘର ୧୪୧ଜଣ ସଦସ୍ୟ ସେମାନଙ୍କ ମତଦାନ କରିବେ।
Popular Categories



