ବିକାଶ ମଞ୍ଚ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ପୁସ୍ତକ ବଣ୍ଟନ

ଆଠଗଡ଼: ଆଠଗଡ଼ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ରାଜନଗରସ୍ଥିତ ହରିହରାନନ୍ଦ ଶିକ୍ଷାଶ୍ରମର ବିଦ୍ୟାର୍ଥୀଙ୍କୁ ହିନ୍ଦୀ ପୁସ୍ତକ ପ୍ରଦାନ କରାଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଉକ୍ତ ବିଦ୍ୟାଳୟକୁ ଯାଇ ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର ପ୍ରସାର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ସ୍କୁଲର କୋମଳମତି ବିଦ୍ୟାର୍ଥୀଙ୍କ ହିନ୍ଦୀ ଭାଷା ଶିକ୍ଷା ପାଇଁ ପୁସ୍ତକ ବଣ୍ଟନ କରାଯାଇଥିଲେ। ହରିହରାନନ୍ଦ ଶିକ୍ଷାଶ୍ରମର ପ୍ରଧାନଶିକ୍ଷକ ସ୍ୱାମୀ ଆନନ୍ଦାନନ୍ଦ ଗିରି ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିବା ସହ ବିକାଶ ମଞ୍ଚର ଏପରି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.