ସମ୍ବଲପୁର: ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ, ସମ୍ବଲପୁର ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁର ଅଧ୍ୟକ୍ଷା ଅଞ୍ଜନୀ ସିଂ ରେଳବାଇରେ ଉତ୍କୃଷ୍ଟ ଯୋଗଦାନ ପାଇଁ ୧୪ ଜଣ ମହିଳା ରେଳ କର୍ମଚାରୀ ଙ୍କୁ ସମ୍ମାନୀତ କରିଥିଲେ। ମହିଳା ମାନେ ସମାଜର ଗଠନମୂଳକ ମୂଳଦୂଆ ଅଟନ୍ତି। ପରିବାର ଠାରୁ ଆରମ୍ଭ କରି ସମାଜ କିମ୍ବା ଯେକୌଣସି ଅନୁଷ୍ଠାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସେମାନଙ୍କ ଉତ୍ତମ କାର୍ଯ୍ୟ ଜାରି ରଖିବା ପାଇଁ ଉତ୍ସାହିତ କରି ସମସ୍ତଙ୍କୁ ଆହ୍ୱାନ ମୁଖ୍ୟ ଅତିଥି ଶ୍ରୀମତୀ ସିଂ କହିଥିଲେ। ଏହି ଅବସରରେ ମହିଳା କଲ୍ୟାଣ ସଙ୍ଗଠନ ସମ୍ବଲପୁରର ଉପାଧ୍ୟକ୍ଷା ରୂଚିକା ସିଂ ଓ ସମସ୍ତ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ।
Popular Categories



