କଲମପୁର: ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିେନେଲେ ଦୁର୍ବୁତ। ଏଭଳି ଏକ ଘଟଣା କଲମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ପ୍ରାପ୍ତ ସୁଚନା ଅନୁସାରେ ଗତ ବିଳମ୍ବିତ ରାତିରେ କଲମପୁର ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିରର ମୁଖଶାଳା ନିକଟରେ ଥିବା ଦାନ ବାକ୍ସକୁ କେହି ଦୁର୍ବୁତ ଭାଙ୍ଗି କିଛି ଟଙ୍କା ନେଇ ଯାଇଛି।
ଏନେଇ କଲମପୁର ପୁଲିସ ଥାନାରେ ଅଭିଯୋଗ କରାଯାଇଛି। ମନ୍ଦିରକୁ ଆସୁଥିବା କିଛି ଭକ୍ତ ଏହି ଦାନ ବାକ୍ସରେ ରିତିମତ ନିଜ ସାଧ୍ୟମୁତାବକ ଦାନ କରିଥାନ୍ତି। ଏହି ଦାନ ବାକ୍ସକୁ କେହି ଦୁର୍ବୁତ ଗତକାଲି ବିଳମ୍ବିତ ରାତିରେ ଭାଙ୍ଗି କିଛି ଟଙ୍କା ନେଇଥିବା ପୂଜକ ସୁଧାଂଶୁ ବେହେରା ଆଜି ସକାଳେ ମନ୍ଦିରକୁ ଆସି ଦେଖିଥିଲେ। ଏନେଇ ତୁରନ୍ତ ମନ୍ଦିର ପରି·ଳନା କମିଟି ଦ୍ୱାରା ନିୟୋଜିତ ମହୁରୀର ଉପେନ୍ଦ୍ର ସିଂ ଲାଲଙ୍କୁ ଜଣାଇଥିଲେ। ଶ୍ରୀ ଲାଲ ଘଟଣା ସ୍ଥଳରେ ପହଂଚି ଘଟଣା ଦେଖିବା ସହ ତୁରନ୍ତ ମନ୍ଦିର ପରି·ଳନା କମିଟିର ସଭାପତି ଦାଇତ୍ୱରେ ଥିବା କଲମପୁର ତହସିଲଦାର ରୁଦ୍ର ମୋହନ ନାୟକଙ୍କୁ ଜଣାଇଥିଲେ।
ଶ୍ରୀ ନାଏକ କାର୍ଯ୍ୟାଳୟ ବାହାରେ ଥିବାରୁ ଘଟଣା ସମ୍ବନ୍ଧରେ ତୁରନ୍ତ ପୁଲିସକୁ ସୁଚନା ଦେବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ଲାଲ ତହସିଲଦାର ତଥା ମନ୍ଦିର ପରି·ଳନା କମିଟିର ସଭାପତିଙ୍କ ପରାମର୍ଶ କ୍ରମେ କଲମପୁର ପୁଲିସରେ ଦାନ ବାକ୍ସ ଭଙ୍ଗା ଘଟଣା ସମ୍ବନ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ଅଧିକାରୀ ଡୋଳାମଣି ବିଶି ପହଂଚି ଘଟଣାର ପାରପାଶ୍ୱର୍ିକ ଅବସ୍ଥା ଅନୁଧ୍ୟାନ କରିଛନ୍ତି।



