ଜିଲା ଅଙ୍ଗନବାଡି ସଂଘ ପକ୍ଷରୁ ୮ ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ଜିଲା ଅଙ୍ଗନବାଡି ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ୮ ଦଫା ଦାବିପତ୍ର ପ୍ରଦ।ନ କରାଯାଇଛି। ଏହି ଅବସରରେ ମ।ଝିଗୁଡା ଛକରୁ ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ୟ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ଧାରଣାସ୍ଥଳରେ ସହକାରୀ ଜିଲାପାଳ ଓ ଜିଲା ସମାଜ କଲ୍ୟାଣ ଅଧିକାରୀ ପହଂଚି ଦାବିପତ୍ର ଗ୍ରହଣ କରିଥିଲେ।
Comments are closed.