www.samajalive.in
Sunday, December 14, 2025
23.1 C
Bhubaneswar

ପିପିଲିରେ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ

ପିପିଲି: ଅଧ୍ୟାପକ ନିର୍ଯ୍ୟାତନା ସହିନପାରି ଆତ୍ମାହୁତି ଦେଇଥିବା ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସ ସମେତ ଅନ୍ୟାନ୍ୟ ୭ଟି ବାମଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ପିପିଲିରେ ଏହା ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି। ଏଥିଯୋଗୁଁଁ ପିପିଲି ବ୍ଲକ ଓ ଏନ୍‌‌ଏସି ଅଞ୍ଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାରେ ଗାଡିମୋଟର ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଥିଲା।

ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ମାନସ ଆଚାର୍ଯ୍ୟ, ଗୁଣନିଧି ପ୍ରଧାନ, କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ଅନ୍ତର୍ଯ୍ୟାମୀ ଦିକ୍ଷିତ, ସେକ୍‌‌ ମେହେବୁବ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂ୍େରଗସ କର୍ମୀ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଙ୍ଗଳପୁର ବଜାର ଠାରେ ବରିଷ୍ଠ କଂଗ୍ରେସ ନେତା ଜିତୁପ୍ରକାଶ ପରିଡ଼ା, ମାନସ ଦାଶ, ପ୍ରଭାକର ବେହେରା, କାହ୍ନୁଚରଣ ବାରିକ, ଶ୍ରୀନିବାସ ବାରିକ, ଶୁଭେନ୍ଦୁ ମହାରଣାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ଟୋଲଗେଟ୍‌‌ ଛକ, ତେଇସିପୁର ବଜାର ଓ ସାତଶଙ୍ଖ ବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଶହ ଶହ ସଂଖ୍ୟାରେ ଗାଡିମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ସେହିପରି ସିପିଆଇ (ଏମ୍‌‌.ଏଲ୍‌‌) ଲିବରେସନ ପକ୍ଷରୁ କମ୍ୟୁନିଷ୍ଟ ନେତା ସର୍ବେଶ୍ୱର ଭାରତୀ, କିଷାନ ପଟ୍ଟନାୟକ, ସୁନନ୍ଦ ଗଡ଼ନାୟକ, ରବୀନ୍ଦ୍ର ସ୍ୱାଇଁ, ଗଙ୍ଗାଧର ସେଠୀ, ରାଜକିଶୋର ଶତପଥୀ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ପିପିଲି ବଜାର ପରିକ୍ରମା କରିବା ସହିତ ବ୍ଲକ, ତହସିଲ, ଉପନିବନ୍ଧକ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା କାର୍ଯ୍ୟାଳୟ ଓ ଏନ୍‌‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ କରିବା ସହ ପିପିଲି ଟୋଲ୍‌‌ଗେଟ୍‌‌ ଛକ ଠାରେ ରାସ୍ତା ଅବରୋଧ କରିଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories