www.samajalive.in
Thursday, December 11, 2025
18.1 C
Bhubaneswar

ବାରହାଲାକୁ ଲଷ୍ମୀ ବସ ଚଳାଚଳ ପାଇଁ ଦାବୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଏରମାଣ୍ଡୁ ପଞ୍ଚାୟତର ବାରାହାଲା ଗ୍ରାମ ପର୍ଯ୍ୟନ୍ତ ଲଷ୍ମୀ ବସ ଚଳାଚଳ କରିବାକୁ ଦାବୀ। ଏ ନେଇ ପଞ୍ଚାୟତ ଆଗରେ କୋଏରମାଣ୍ଡୁ ସରପଞ୍ଚ ମାଧବ କଂହରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୋଏରମାଣ୍ଡୁର ପୂର୍ବତନ ସରପଞ୍ଚ ବିଶ୍ୱରଂଜନ କଂହର, ପୂର୍ବତନ ଉପାଧ୍ୟାକ୍ଷା ସଂସ୍ମିତା କଂହର ଓ କୋଏରମାଣ୍ଡୁର ସମିତି ସଭ୍ୟ ପଞ୍ଚାନନ ଦିଗାଲ ଯୋଗ ଦେଇଥିଲେ। ଏଥିରେ ଶତାଧିକରୁ ଊର୍ଦ୍ଧ୍ବ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ। ବର୍ତ୍ତମାନ ଲକ୍ଷ୍ମୀ ବସ ଫିରିଙ୍ଗିଆ ଠାରୁ ବାଲନ୍ଦାପଡା ହୋଇ କୁଏରମାଣ୍ଡୁ ପଯ୍ୟନ୍ତ ଯାଉଛି। ତେବେ ଏହି ଲକ୍ଷ୍ମୀ ବସ କୁଏରମାଣ୍ଡୂ ଶେଷ ଷ୍ଟପେଜ ନ ହୋଇ ବାରାହାଲା ଗ୍ରାମ ପଯ୍ୟନ୍ତ ଯାଉ ବୋଲି ଦାବି କରିଥିଲେ। ବାରାହଲା ଠାରୁ କୋଏରମାଣ୍ଡୁ କିଛି ବାଟ ହୋଇଥିବାରୁ ସେଠାରୁ ଓହ୍ଲାଇ ଚାଲି ଚାଲି ଯିବାକୁ ପଢୁଛି। ନଚେତ ଅଟୋରେ ଯିବାକୁ ପଡୁଛି। ତେଣୁ ବାହାହଲାର ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆସି ଏହି ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories