ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଛକ ନିକଟରେ ରାତ୍ର ପ୍ରାୟ ସାଢେ ଆଠଟା ବେଳେ ଭଞ୍ଜନଗରରୁ ଗୋପାଳପୁର ଏକ କାର ଦୃତ ଗତିରେ ଆସୁଥିବା ବେଳେ ରାସ୍ତା କଡ଼ରେ ଥିବା ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଧକା ଦେବାରୁ ଘଟଣାସ୍ଥଳରେ ୨ଟି ଗାଈର ମୃତ୍ୟୁ ଘଟିଥିବା ବେଳେ ବାଛୁରୀ ଟି ଗୁରୁତର ହୋଇଛି। ଗୋପାଳପୁର ପୁଲିସ ଖବର ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲେ।
ଦୁର୍ଘଟଣା ଘଟାଇଥିବା କାରଟି ସ୍ଥାନୀୟ ଅଞ୍ଚଳର ଏକ ଅଂଧାରୁଆ ସ୍ଥାନରେ ରଖି ସେଥିରେ ଥିବା ୪ ଜଣ ଚମ୍ପଟ ମାରୁଥିବା ସମୟରେ ସ୍ଥାନୀୟ ଲୋକେ ଓ ପୁଲିସ ୪ ଜଣଙ୍କୁ କାବୁ କରି ଥାନାରେ ଅଟକ ରଖିବା ସହ କାରଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।



