www.samajalive.in
Thursday, December 11, 2025
18.1 C
Bhubaneswar

କଣ୍ଟାବାଞ୍ଜି ପରିଦର୍ଶନ କଲେ ବିଧାନସଭା ଗୃହ କମିଟି

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି ଓଡିଶା ବିଧାନସଭା ଗୃହ କମିଟିର ୭ ଜଣିଆ ଦଳ। ଗୃହ କମିଟିର ଅଧ୍ୟକ୍ଷ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ଗାଁ ପରିଦର୍ଶନ କରିଥିଲେ। କଣ୍ଟାବାଞ୍ଜି ପହଁଚିବା ପରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କଣ୍ଟାବାଞ୍ଜିର ଜୀବନରେଖା ପମ୍ପୁ ତଲାବକୁ ଗସ୍ତ କରି ଏହାର ଶୋଚନୀୟ ଅବସ୍ଥା ନେଇ ଚିନ୍ତା ପ୍ରକଟ କରିଥିଲେ। ପୁନରୁଦ୍ଧାର, ସୌନ୍ଦର୍ଯ୍ୟ କରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

କଣ୍ଟାବାଞ୍ଜିର ୪ ନଂ ୱାର୍ଡ ସ୍ଥିତ ରାସନ ବିତରଣ କେନ୍ଦ୍ର ପରିଦର୍ଶନ କରି ବଣ୍ଟନ କରାଯାଉଥିବା ଚାଉଳର ମାନ ଯାଞ୍ଚ କରିଥିଲେ।କମିଟି ଝରନୀ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ସୁବିଧା ଅସୁବିଧା ବୁଝିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ତଦାରଖ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories