www.samajalive.in
Wednesday, December 10, 2025
18.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ସମ୍ବିଧାନ ହତ୍ୟା ଦିବସ’ ପାଳିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ଏବଂ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ସମ୍ବିଧାନ ହତ୍ୟା ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗରେ ‘ଭାରତୀୟ ସମ୍ବିଧାନର ମୁଖବନ୍ଧ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜେ. ଦଣ୍ଡପାଟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତୀୟ ସମ୍ବିଧାନରେ ଲିଖିତ ଆଦର୍ଶ ଏବଂ ମୂଲ୍ୟବୋଧର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ସଂକ୍ଷିପ୍ତ ବକ୍ତବ୍ୟ ରଖି ଭାରତୀୟ ସମ୍ବିଧାନର ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।

‘ଭାରତୀୟ ସମ୍ବିଧାନର ମୁଖବନ୍ଧ ‘ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଯୋଗ ଦେଇ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଥିବା ପୃଷ୍ଠଭୂମି ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବ୍ୟକ୍ତିଗତ ନାଗରିକଙ୍କ ପ୍ରାକୃତିକ ଅଧିକାର କେବେବି ଉଲ୍ଲଂଘନ ହୋଇପାରିବ ନାହିଁ ଏବଂ କେବେବି ଉଲ୍ଲଂଘନ କରାଯିବା ଉଚିତ୍ ନୁହେଁ ଏବଂ ୨୫ ଜୁନ୍ ହେଉଛି ଏକ ଦିନ ଯାହା ଆମକୁ ଏହି ସତ୍ୟକୁ ମନେ ପକାଇ ଦିଏ ଯେ ସଂଖ୍ୟାଗରିଷ୍ଠ ସର୍ବଦା ଠିକ୍ ହେବା ଆବଶ୍ୟକ ନୁହେଁ ଏବଂ ଏକ ବୃହତ ସଭ୍ୟତା ଆଡ଼କୁ ପ୍ରୟାସ କରିବା ପାଇଁ ଶାସନ ପ୍ରକ୍ରିୟାରେ ଯେକୌଣସି ସ୍ୱେଚ୍ଛାଚାରିତାକୁ ଯାଞ୍ଚ ଏବଂ ଦୂର କରିବା ଆବଶ୍ୟକ ବୋଲି ପ୍ରଫେସର ତ୍ରିପାଠୀ ମତବ୍ୟକ୍ତ କରିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories