www.samajalive.in
Sunday, December 14, 2025
23.1 C
Bhubaneswar

ଚାନ୍ଦବାଲିରେ ନିଶା ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ଶନିବାର ମିଶନ ଶକ୍ତି ମହିଳାମାନଙ୍କୁ ନେଇ ଏକ ସଚେତନତା ଅଭିଯାନ “ଆମ ସଂକଳ୍ପ ନିଶା ନୁହେଁ, ଜୀବନ” କାର୍ଯ୍ୟକ୍ରମ ବ୍ଲକ ମିଶନ ଶକ୍ତି ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ମହିଳାଙ୍କୁ ସଚେତନତା କରାଯାଇଥିବା ବେଳେ ଏଣିକି ଗାଁ ଗାଁରେ ହେବ ନିଶାମୁକ୍ତି କ୍ୟାମ୍ପେନ।

ଏହି ନିଶାମୁକ୍ତ ଅଭିଯାନରେ ମହିଳାଙ୍କୁ ଗୁରୁଦାୟିତ୍ଵ ମିଳିବା ସହ ଏଣିକି ଗାଁ ଗଣ୍ଡାର ମଦୁଆଙ୍କୁ ଜଗିବେ ମହିଳା। ନିଶା ମୁକ୍ତ ଓଡ଼ିଶା ଗଠନ କରିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଏହାର ମଙ୍ଗ ଧରିବେ ମିଶନ ଶକ୍ତିର ମହିଳା। ମିଶନ ଶକ୍ତିର ମହିଳା ମାନେ ଘରକୁ ଘର ବୁଲିବା ସହିତ ବିଷାକ୍ତ ଓ ଅପମିଶ୍ରିତ ମାଦକାଦ୍ରବ୍ୟ ବିରୋଧରେ ଲୋକଙ୍କୁ ସଚେତନ କରାଇବେ। ଏଣିକି ସ୍କୁଲ ଓ କଲେଜ ଆଖପାଖରେ ଥିବା ବେଆଇନ ମଦ ଦୋକାନ ହଟିବା ସହିତ କୌଣସି ମାଦକ ଦ୍ରବ୍ୟ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛି ଅବକାରୀ ବିଭାଗର। ତେବେ ମେ ୩୧ ରୁ ଆରମ୍ଭ ହୋଇଥିବା ଏହି ନିଶା ନିବାରଣ ଅଭିଯାନ ଜୁନ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ସହିତ ଦାସକାଠିଆ, ଘୋଡ଼ା ନାଚ, ଲୋକକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସହିତ ବର୍ଷକୁ ୩ ଥର ଏହି ନିଶା ନିବାରଣ ଅଭିଯାନ କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ଡିଏସଇ ସୁଚିଶ୍ମିତା ମିଶ୍ର।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories