ଲାଞ୍ଜିଗଡ: ବିଜେପୁର ଥାନା ଆନୁକୂଲ୍ୟରେ ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ବେନଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପୁର ଥାନା ଅଧିକାରୀ ବିଶ୍ଵମ୍ବର କୋହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏସଆଇ ଶ୍ୟାମ କୁଲସିକା ଇଂରେଜ ଶାସନର ଦଣ୍ଡଵିଧି ଆଇନାକୁ ପରିବର୍ତନ କରାଯାଇ ନୂତନ ଆଇନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ବେନଗାଁ ପଞ୍ଚାୟତ ସରପଞ୍ଚ ପୁରାଣା ମାଝୀ, ଦିଲ୍ଲୀପ ହରିଜନ, ରମାକାନ୍ତ ସାହୁ, କର୍ଣ୍ଣ ସାହୁ, କଦଗୋ ମାଝୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଟି, ସମାଜସେବୀ, ଶିକ୍ଷାବିତ ସମେତ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଜନସାଧାରଣ ସ୍ଥାନୀୟ ପୋଲିସକୁ ସହଯୋଗ କଲେ ପୋଲିସ ନିଶ୍ଚୟ ଭାବେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିପାରିବ ବୋଲି ଥାନା ଅଧିକାରୀ ଶ୍ରୀ କୋହଁର ମତ ପ୍ରକାଶ କରିଥିଲେ।
Popular Categories



