www.samajalive.in
Sunday, December 7, 2025
26.1 C
Bhubaneswar

ଚୋରି ଅଭିଯୋଗରେ ବ୍ୟବସାୟୀ ଗିରଫ

ଫୁଲବାଣୀ: ଫୁଲବାଣୀ ଆଦର୍ଶ ଥାନା ଅନ୍ତର୍ଗତ ମୋଚିସାହି ନିକଟରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ଗଣେଷ ସାହୁ ଚୋରି ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି। ଖବର ପ୍ରକାରେ, ମୋଚିସାହି ସମ୍ମୁଖରେ ଥିବା ଇ-ପାଠାଗାରର ସହକାରୀ ଲାଇବ୍ରେରିୟାନ୍‌‌ ପ୍ରଭାତ କୁମାର ଦାସ ଗତ ୧୬ ତାରିଖ ବିଳମ୍ବିତ ରାତ୍ରରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବ୍ୟବସାୟୀ ଗଣେଷ ଚତୁରତାର ସହିତ ଇ-ପାଠାଗାର ମଧ୍ୟରେ ପ୍ରବେଶ କରି ସହକାରୀ ଲାଇବ୍ରେରିଆନ୍‌‌ଙ୍କ ଘରୁ ଦୁଇଟି ପୋଷାକ ସହିତ ୭ ହଜାର ଟଙ୍କା ଓ କିଛି ଜରୁରୀ କାଗଜପତ୍ର ଚୋରି କରି ନେଇଥିଲେ। କିଛି ସମୟ ପରେ ସହକାରୀ ଲଇବ୍ରେରିଆନ୍‌‌ ନିଜ ଗୃହକୁ ପ୍ରବେଶ ପରେ ତାଙ୍କର ଜିିନିଷ ନଥିବା ଦେଖି ଟାଉନଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୋଲିସ୍‌‌ କେସ ନଂ ୭୩ରେ ଏକ ମାମଲା ରୁଜୁକରି ତଦନ୍ତ କରି ଅଭିଯୁକ୍ତ ବ୍ୟବସାୟୀ ଗଣେଷକୁୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories