www.samajalive.in
Saturday, December 6, 2025
19.1 C
Bhubaneswar

କନିଷ୍ଠ ମହିଳା କଲେଜରେ ଆଶୁ ଚିକିତ୍ସା ତାଲିମ

ଆଠଗଡ: ଆଠଗଡର ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ  କଲେଜ)ର ଯୁବ ରେଡକ୍ରସ ଓ ରେଡକ୍ରସ ରିବନ କ୍ଲବ ପକ୍ଷରୁ ଏକ ଆଶୁ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯୁବ ରେଡକ୍ରସ ଆବାହକ ତଥା ଷ୍ଟିୱାର୍ଟ ବିଜ୍ଞାନ କଲେଜର ବରିଷ୍ଠ ଅଧ୍ୟାପିକା ଡ.ସସ୍ମିତା ପଟ୍ଟନାୟକ ମୁଖ୍ୟଅତିଥି ତଥା ତାଲିମଦାତ୍ରୀ ଭାବେ ଯୋଗଦାନ କରିଥିଲେ। ଡ.ପଟ୍ଟନାୟକ ରେଡକ୍ରସର ଇତିହାସ ଏବଂ ଏହାର କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିଥିଲେ। ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ଜୀବନ ରକ୍ଷା ପାଇଁ କିପରି ତ୍ୱରିତ ଆଶୁ ଚିକିତ୍ସା ଯୋଗାଇ ଦେଇ ହେବ ସେ ସମ୍ପର୍କରେ ବୁଝାଇବା ସହ ନିଜ ପାଖରେ ଉପଲବ୍ଧ ସାମଗ୍ରୀର ବ୍ୟବହାର କରି ଅଭ୍ୟାସ କରାଇଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories