www.samajalive.in
Sunday, December 7, 2025
18.1 C
Bhubaneswar

ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଜାଙ୍ଗେଡ ପଞ୍ଚାୟତ ଅଧିନରେ ଥିବା ଭାଲୁପତ୍ରା ଗ୍ରାମରେ ଦେଢ଼ କୋଟି ଅର୍ଥରେ ଶିଳ୍ପୀ ମାନଙ୍କ ଦ୍ଵାରା ସୁନ୍ଦର କାରୁକାର୍ଯ୍ୟରେ ରାମ ମନ୍ଦିର ନିର୍ମାଣ ହୋଇଛି। ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଦୀର୍ଘ ତିନି ଦିନ ଧରି ଚାଲିବ। ତେଣୁ ଆଜି ପ୍ରଥମ ଦିବସରେ ଏକ ଭବ୍ୟ କଳସ ଶୋଭାଯାତ୍ରା ହୋଇଥିଲା। ସକାଳ ୯ ଟାରେ ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଭାଲୂପତ୍ରାରୁ ବାହାରି ବାବେବୀରାର ଦୁଲୁଦୁଲି ବାଜା, ରାୟଗଡ଼ାର ଦାଣ୍ଡିଆ ନୃତ୍ୟ ଓ ରେଶମର ଘଣ୍ଟବାଦ୍ୟ ସହିତ ବିଶାଳ ସମାବେଶରେ ବାହାରି ଜାଙ୍ଗେଡ଼ ମହାଦେବ ମନ୍ଦିର ପୋଖରୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ପଣ୍ଡିତ ରୂପେ ବରଣ ହୋଇ ଆସିଥିବା ଆନ୍ଧ୍ରପ୍ରଦେଶର ରାଜମଣ୍ଡ୍ରିର ମୁଖ୍ୟ ପଣ୍ଡିତ ରାଏ ଗଡି ମିଲ୍ଲି ରାମଦେବ ଶର୍ମା ଓ ତାଙ୍କ ୧୨ ଜଣ ସାଥିଙ୍କ ମନ୍ତ୍ର ପାଠରେ ମନ୍ତ୍ରିତ ପବିତ୍ର ଜଳ ପୂର୍ଣ୍ଣ କଳସ ନେଇ ଶୋଭାଯାତ୍ରାଟି ପୂଜା ମଣ୍ଡପରେ ପହଞ୍ଚିଥିଲା। ସପତ୍ନିକ ଭଣ୍ଡାଭିଲ୍ଲି ସତ୍ୟନାରାୟଣ, ବଡ୍ଡୁ ସୁବା ରାଓ, ୟେଳେଟି ରାଜା, ଗୁନମ ରାମବାବୁ, ଭଳୁରି ନାଗବାବୁ, ମୁତ୍ୟାଲା ଶ୍ରୀନିବାସ, ମଡ୍ଡି ପଟ୍ଟି ପାପା ରାଓ ଓ ମଡ୍ଡି ପାଟାଲା ରାଜବେନ୍ଦ୍ର ପ୍ରମୁଖ ଆଠ ଯୋଡ଼ି କର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି। କଳସ ସ୍ଥାପନ ପୂର୍ବକ ମନ୍ଦିରକୁ ଶୁଦ୍ଧ କରାଯାଇ ଷୋଡଶ ପଚାର ପୂଜା କାର୍ଯ୍ୟ ଓ ହୋମ ଆଦି ସମ୍ପନ୍ନ ହୋଇଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories