ଲାଞ୍ଜିଗଡ: ଗେଣ୍ଡୁ ଫୁଲ ଚାଷ କମ୍ ଖର୍ଚ୍ଚ ଏବଂ କମ୍ ସମୟରେ ଭଲ ଲାଭ ଦିଏ । ଏହି ଫସଲ ସ୍ଥାନୀୟ ଜଳବାୟୁ ସହିତ ଉପଯୁକ୍ତ ଏବଂ ଏହାକୁ ଚାଷ କରି ବିକ୍ରୟ କରାଯାଇ ଚାଷୀଙ୍କ ଆୟ ବହୁ ଗୁଣୀତ ହୋଇଥାଏ। କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାର ଲାଞ୍ଜିଗଡ, ମୁନିଗୁଡା ଓ ବିଷମ କଟକ ବ୍ଲକର ୮୦ ଜଣ ଚାଷୀ ଏହି ଚାଷ କରି ବର୍ତମାନ ଲାଭବାନ୍ ହୋଇଛନ୍ତି। ଚଳିତ ରବି ଋତୁରେ ଏହି ଅଞ୍ଚଳର ୩୦୦ ଜଣ ଚାଷୀ ଏହି ଗେଣ୍ଡୁଫୁଲକୁ ଚାଷ କରିବେ।ସ୍ଥାନୀୟ ଚିରସ୍ରୋତା କୃଷକ ଉତ୍ପାଦକ କମ୍ପାନୀ ମଞ୍ଜି , ସାର , କୀଟ ନାଶକ ତଥା ଉନତ ଚାଷ ପ୍ରଣାଳୀ ପ୍ରଦାନ କରିବ ଓ ଗେଣ୍ଡୁଫୁଲକୁ କ୍ରୟ କରି ଏହାର ପ୍ରକ୍ରିୟାକରଣ କରି ପେଲେଟ ପ୍ରସ୍ତୁତ କରିବ।ଚାଷୀଙ୍କ ଠାରୁ ଓମ୍ନୀ ଏକ୍ଟିଭ୍ କମ୍ପାନୀ ଏହି ପେଲେଟକୁ କିଣିବ । ଚାଷୀ ମାନେ ଏହି ଚାଷରୁ ଏକର ପିଛା ୨୫,୦୦୦ ରୁ ୩୦,୦୦୦ ଟଙ୍କା ରୋଜଗାର କରିବେ ବୋଲି କୁହାଯାଇଛି।ଏହାକୁ ନେଇ ମଙ୍ଗଳବାର ଦିନ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇ ପୁର ପଞ୍ଚାୟତ ସ୍ଥାନୀୟ ଯୋଡ଼ାବନ୍ଧ ଠାରେ ଆୟୋଜିତ ଏକ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ନାବାର୍ଡର ରାଜ୍ୟ ମୁଖ୍ୟ ମହା ପ୍ରବନ୍ଧକ ଡ଼. ସୁଧାଂଶୁ କେ. କେ. ମିଶ୍ର ଓ ଓମ୍ନି ଏକ୍ଟିଭ ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ମାରିୱାଲା ଏହି ସୁବର୍ଣ୍ଣ ଉତ୍କଳ ନାମକ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମହାଶକ୍ତ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେସକ ଯୁଗଳ କିଶୋର ପଟ୍ଟନାୟକ ଯୋଗଦେଇ ସ୍ବାଗତ ଭାଷଣ ଦେଇ ଏହି ପ୍ରକଳ୍ପର ଗେଣ୍ଡୁ ଫୁଲ ଚାସ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଗେଣ୍ଡୁ ଫୁଲ ଚାଷୀକ୍ନୁ ଓମ୍ନିଏକ୍ଟିଭ କମ୍ପାନୀ ତରଫରୁ ପ୍ରଚାହ୍ନ ସ୍ୱରୂ ୫୦୦୦ ଟଙ୍କାର ଚେକ୍ ୮୦ ଜଣ ଚାଷୀକୁ ପ୍ରଦାନ କରାଯାଇଥିଲା।ଏହି ଅବସରରେ ବିସିସିବି ବ୍ୟାଙ୍କ୍ ତରଫରୁ ଚାଷୀ ମାନଙ୍କୁ କିଶନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା।



