www.samajalive.in
Sunday, December 7, 2025
18.1 C
Bhubaneswar

ବିଦ୍ୟାଳୟରୁ ଟିଭି ଓ ସ୍ମାର୍ଟ ବୋର୍ଡ ଚୋରି 

ଆଠଗଡ: ଆଠଗଡ ବ୍ଲକର ମେଘା ପଞ୍ଚାୟତ ଅନ୍ତର୍ଗତ ଧୁରୁକୁଡିଆ ୟୁଜିୟୁପି ବିଦ୍ୟାଳୟରୁ ଚଳିତ ମାସ ୩ ତାରିଖ ରାତିରେ ତାଲା ଭାଙ୍ଗି କୌଣସି ଦୁବୁର୍ତ୍ତ ଏକ ୪୨ ଇଞ୍ଚ ବିଶିଷ୍ଟ ଟିଭି ଚୋରି କରି ନେଇଥିଲା । ଏ ବିଷୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସେଠୀ ସେହିଦିନ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଉକ୍ତ ସ୍କୁଲକୁ ଯାଇ କେବଳ ପଚରାଉଚୁରା ଓ ବୁଝାବୁଝି କରି ଫେରିଆସିଲେ । କିନ୍ତୁ ଅଧିକ ତଦନ୍ତ କରି ଚୋରକୁ ଧରିବା କିମ୍ବା ଚୋରି ଟିଭି ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଲେନାହିଁ । ଫଳରେ ସ୍କୁଲରୁ ଟିଭି ଚୋରିରେ ସଫଳ ହୋଇଥିବା ଦୁର୍ବୃତ୍ତ ଉତ୍ସାହିତ ହୋଇ ମାତ୍ର ୫ଦିନ ପରେ ପୁର୍ନବାର ଚଳିତ ମାସ ୮ ତାରିଖରେ ସ୍କୁଲର ସ୍ନାର୍ଟ ବୋର୍ଡକୁ ଚୋରି କରି ନେଇଛି। ଯାହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ। ପୁର୍ନବାର ଏହି ସ୍ମାର୍ଟ ବୋର୍ଡ ଚୋରିକୁ ନେଇ ସେହିଦିନ ପ୍ରଧାନଶିକ୍ଷକ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଣି ସମାନ ଢଙ୍ଗରେ ପୁଲିସ ସ୍କୁଲକୁ ଯାଇ ଚିରାଚରିତ ଭାବେ ପଚରାଉଚୁରା କରି ଫେରି ଆସିଲେ । ଇତି ମଧ୍ୟରେ ୨୩ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ସେଠାକୁ ଯାଇ ଅଧିକ ତଦନ୍ତ କରିବା କିମ୍ବା ଚୋରକୁ ଧରିବା ବା ଚୋରି ଜିନିଷ ଉଦ୍ଧାର କରିବା ଲାଗି କିଛି ବି ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଶନିବାର ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପବିତ୍ର ମୋହନ ପାଣି, ନାଏବ ସରପଞ୍ଚ ଶ୍ରୁତିଧର ପତ୍ରୀ, ହେମନ୍ତ ବେହେରା, ନିର୍ମଳ କୁମାର ତଥା ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଚୋରି ଜିନିଷ ଉଦ୍ଧାର କରାନଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉଲ୍ଲେଖ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories