ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର‌ ଠାରେ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଠେଙ୍ଗା ଓ କାତି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ୪ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରଙ୍ଗିପୁର ଗ୍ରାମର ଜଟିଆ ନାହକ, ଶିଶିର ନାହକ, ରୁପେଶ ନାହକ ଓ ଲକ୍ଷ୍ମୀ ନାହକ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ରଙ୍ଗିପୁର ଗ୍ରାମର ସୁଶାନ୍ତ ନାହକ ଗତ ୧୧ ତାରିଖରେ ନିଜ ଫାର୍ମ ହାଉସରୁ ଘରକୁ ଫେରୁଥିଲେ। ଏହି ସମୟରେ ଉପରୋକ୍ତ ୪ ଯୁବକ ତାଙ୍କୁ ଏକ ଇଟା ଫ୍ୟାକ୍ଟ୍ରି ଛକ ଠାରେ ଅଟକାଇ ଡେଙ୍ଗା ଓ କାତିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ସୁଶାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଘଟଣା ନେଇ ଶୁଶାନ୍ତଙ୍କ ସ୍ତ୍ରୀ ସନ୍ତୋଷିନୀ ନାହକଙ୍କ ପକ୍ଷରୁ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୪୦୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ପରେ ଅଭିଯୁକ୍ତ ମାନେ ସେଠାରୁ ଫେରାର ହେବା ସହ ଖାରିଆଗୁଡା ଜଙ୍ଗଲରେ ଛପି ରହିଥିଲେ। ଖବରପାଇ ପୁଲିସ ସେଠାରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଆଜି ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଗୋଳନ୍ଥରା ଥାନାରେ ମାମଲା ରହିଛି।

kalyan agarbati

Comments are closed.