www.samajalive.in
Saturday, December 13, 2025
21.1 C
Bhubaneswar

ଦନ୍ତା ଆକ୍ରମଣରେ ବନ କର୍ମଚାରୀ ମୃତ

କେନ୍ଦୁଝରଗଡ଼: କେନ୍ଦୁଝର ବନଖଣ୍ଡ ନରଣପୁର ସେକ୍ସନର ଝାରବେଡା ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବୁଧବାର ରାତିରେ ଏକ ୬ ଟିକିଆ ହାତୀପଲକୁ ଧାନ କ୍ଷେତରୁ ଜଙ୍ଗଲକୁ ଘଉଡାଇବା ସମୟରେ ଦନ୍ତା ହାତୀ ଆକ୍ରମଣରେ ବନ ବିଭାଗ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ବସନ୍ତ ମହାନ୍ତ (୪୫)ଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତି ୧୧ଟାରେ ଝାରବେଡା ଗ୍ରାମରେ ଲୋକଙ୍କ ଧାନ ଚାଷରେ ୬ ଟିକିଆ ହାତୀପଲ ଭର୍ତ୍ତି ହେବା ଖବରପାଇ ହାତୀ ଘଉଡାଇବା ପାଇଁ ପୂର୍ବରୁ ସେହି ରେଞ୍ଜରେ ମୁତୟନ ଥିବା ବନ କର୍ମଚାରୀ ହାତୀପଲକୁ ଜଙ୍ଗଲକୁ ଘଉଡାଇବା ଆରମ୍ଭ କରିଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଗୋଟିଏ ଦନ୍ତା ହାତୀ ଗୋଠରୁ ଅଲଗା ହେଇ କର୍ମଚାରୀଙ୍କ ପଛରେ ରହିଯାଇଥିଲା। ଯାହା ସେମାନେ ଜାଣି ପାରିନଥିଲେ। ପଛରେ ଥିବା ଦନ୍ତା ହାତୀକୁ ଦେଖି ବନ କର୍ମଚାରୀ ମାନେ ଦୌଡି ପଳାଇବାକୁ ଉଦ୍ୟମ କରିବା ସମୟରେ ବସନ୍ତ ମହାନ୍ତ ହଠାତ୍‌‌ ପଡ଼ିଯିବାରୁ ଦନ୍ତା ହାତୀଟି ବସନ୍ତକୁ ଶୁଣ୍ଢରେ ଟେକି କଚାଡି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା।

ବସନ୍ତକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବସନ୍ତଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସରକାରଙ୍କ ନିୟମାନୁଯାୟୀ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି କହିଛନ୍ତି। ସୂଚନା ଅନୁଯାୟୀ, କେନ୍ଦୁଝର ବନଖଣ୍ଡର ୭ଟି ବନାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୨୦୬ଟି ହାତୀ ଚଳପ୍ରଚଳ କରୁଛନ୍ତି। ଏବେ ଧାନ ଅମଳ ଆରମ୍ଭ ହେବାକୁ ଯାଉଥିବାରୁ ହାତୀପଲ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥିବାରୁ ହାତୀ-ମଣିଷ ଲଢ଼େଇକୁ କିଭଳି ରୋକାଯିବା ସହ ଧନଜୀବନ ସୁରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଆବଶ୍ୟକ କର୍ମଚାରୀ ମୁତୟନ ସହ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ଡିଏଫଓ କହିଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories