www.samajalive.in
Friday, December 12, 2025
15.1 C
Bhubaneswar

ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ବ୍ୟବହାର କରୁଛନ୍ତି ତମାଖୁ

କେନ୍ଦୁଝର: ଯୁବପିଢ଼ିଙ୍କ ମଧ୍ୟରେ ଭୟଙ୍କର ଭାବେ ବଢ଼ି ଚାଲିଥିବା ନିଶା ସେବନର ଅଭ୍ୟାସକୁ ପ୍ରତିହତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ କେନ୍ଦୁଝର ପକ୍ଷରୁ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ଆରମ୍ଭ କରାଯିବ। ଜିଲାସ୍ତରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖକୁ ଚୂଡାନ୍ତ କରି ଏହି ଅଭିଯାନକୁ ସଫଳ କରିବା ପାଇଁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ ୨୦୧୯ ତଥ୍ୟ ଅନୁସାରେ, ୧୩ରୁ ୧୫ ବର୍ଷ ବୟସ ମଧ୍ୟରେ ୦.୫ ପ୍ରତିଶତ ସ୍କୁଲ ପିଲା ତମାଖୁ ବ୍ୟବହାର କରୁଛନ୍ତି । ପ୍ରତିବର୍ଷ ୫୫୦୦ରୁ ଅଧିକ ପିଲା ତମାଖୁ ବ୍ୟବହାର ଆରମ୍ଭ କରୁଛନ୍ତି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ ତଥ୍ୟ ଅନୁସାରେ ୫୫ ପ୍ରତିଶତ ଆଜୀବନ ତମାଖୁ ବ୍ୟବହାରକାରୀ, ୨୦ ବର୍ଷ ବୟସ ପୂର୍ବରୁ ହିଁ ତମାଖୁ ସେବନ କରିବା ଆରମ୍ଭ କରନ୍ତି । ସେହିପରି ଇ- ସିଗେରେଟ ମଧ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ବିପଦ ସୃଷ୍ଟି କରିଥାଏ।  ଯେପରିକି, ଡିଏନଏ ନଷ୍ଟ, କ୍ୟାନ୍ସର, ହୃଦରୋଗ, ସ୍ନାୟୁଗତ ରୋଗ ଭଳି ସମସ୍ୟା ହୋଇଥାଏ। ଏହାସହ ଭ୍ରୁଣର ବିକାଶ ଏବଂ ଗର୍ଭଧାରଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ । ଅନେକ ସମୟରେ ତମାଖୁ ଓ ଇ-ସିଗାରେଟ ଅନେକ ସମୟରେ ଅନ୍ୟ ନିଶାର ମୂଳଦୁଆ ଭାବରେ କାର୍ଯ୍ୟ କରେ । ଯାହା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଫଳାଫଳ ଉପରେ କୁପ୍ରଭାବ ପକାଇଥାଏ।
ଶିକ୍ଷାନୁଷ୍ଠାନଗୁଡ଼ିକୁ “ନିଶା ମୁକ୍ତ” କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୨୦୧୯ ମସିହାରେ ସଂଶୋଧିତ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି। ଯେଉଁଥିରେ ତମାଖୁ ସେବନର କ୍ଷତିକାରକ ପ୍ରଭାବ ଏବଂ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ଉପଲବ୍ଧ ତମାଖୁ ବର୍ଜନ ସେବା ଏବଂ ତ୍ୟାଗ କରିବାର ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା ସହ ତମାଖୁ ଦ୍ରବ୍ୟର ବିକ୍ରୟ ତଥା ବ୍ୟବହାର ସମ୍ବନ୍ଧରେ ଉତ୍ତମ କାର୍ଯ୍ୟକାରିତା ଆଇନଗତ ବ୍ୟବସ୍ଥା ନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ (କୋଟପା) ଅନୁଯାୟୀ, ସ୍କୁଲ, କଲେଜ, ଅଡିଟୋରିୟମ, ବସ୍‌ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ନିୟମ ରହିଛି । ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ । ସେକ୍ସନ ୬(କ) ଅନୁଯାୟୀ, ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ ଓ ୬ (ଖ) ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯାଇ ପାରିବ ନାହିଁ।ଏହି ସବୁ ଆଇନର କଡ଼ା ପାଳନ ସହ ସ୍କ୍ୱାଡ଼ ଗଠନ କରାଯାଇ ନିୟମିତ ଚଢ଼ାଉ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବିଦ୍ୟାଳୟ ଓ ମହାବିଦ୍ୟାଳୟ ପରିସରରେ ତମାଖୁ ସେବନର ଭୟାବହତା ସମ୍ପର୍କିତ ବ୍ୟାନର ଓ ପୋଷ୍ଟର ମରାଯିବା ଓ ଅଭିଭାବକ ମାନଙ୍କୁ ସଚେତନ କରାଯାଇ ପିଲା ମାନଙ୍କୁ ନିଶା ସେବନରୁ ନିବୃତ୍ତ ରଖିବାକୁ ହେଇଥିବା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପସ୍ଥିତ ଅଧିକାରୀ ଜୋର ଦେଇଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କିଶୋର କୁମାର ପୃଷ୍ଟି, ଜିପି ମିଶ୍ର, ରୁଦ୍ରନାରାୟଣ ସାହୁ, ଭାରପ୍ରାପ୍ତ ଔଷଧ ନିରୀକ୍ଷକ, ପ୍ରଦୀପ୍ତ କୁମାର ଦାସ ଆରକ୍ଷୀ ଅଧିକ୍ଷକ ଅବକାରୀ ବିଭାଗ, କେନ୍ଦୁଝର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ସମାଜସେବୀ ଧରିତ୍ରୀ ରାଉତ, ସୁଜାତା କବି, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲାସ୍ତରର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories