www.samajalive.in
Sunday, December 14, 2025
26.1 C
Bhubaneswar

ନିଃଶୁଳ୍କ କର୍କଟ ଚିକିତ୍ସା ଶିବିର ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁରର ଦଲେଇପଡା ଠାରେ ନିଃଶୁଳ୍କ କର୍କଟ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ବିଶାଖାପଟନମ ସ୍ଥିତ ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେନ୍ଟର ଓ ସମ୍ବଲପୁର ସାଥି ଚାରିଟେବଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ସାଥୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ସହର ତଥା ଆଖାପାଖ ଅଞ୍ଚଳର ୨୦ରୁ ଅଧିକ କକର୍ଟ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ରେଡିଏସନ ଓନୋକୋଲୋଜିଷ୍ଟ ଡା. ଚିତ୍ତରଞ୍ଜନ କୁଣ୍ଡୁ ଏହି ଶିବିରରେ ଉପସ୍ଥିତ ରହି ରୋଗୀ ମାନଙ୍କର ଚିକିତ୍ସା କରାଇଥିଲେ। ଆର୍ଥିକ ରୂପେ ଦୁର୍ବଳ କିଛି ରୋଗୀଙ୍କୁ ସାଥୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ସଭାପତି ଶତ୍ରୁଘ୍ନ ଲାଲ ସାହା ଏହି ସହାୟତା ରାଶି ରୋଗୀ ମାନଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ସାଥି ଚାରିଟେବଲ ଟ୍ରଷ୍ଟ ଓ ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲର ମିଳିତ ସହଯୋଗରେ କର୍କଟ ରୋଗର ବିନାଶ ପାଇଁ ଆହୁରୀ ଶିବିର ଆୟୋଜିତ କରାଯିବ ବୋଲି ସଭାପତି ଶ୍ରୀ ସାହା କହିଛନ୍ତି। ଚିକିତ୍ସା ଶିବିରକୁ ସରୋଜ ମହାପାତ୍ର, ଭଗତ ସିଂ ଓ ଅନ୍ୟ ସଦସ୍ୟ ମାନେ ପରିଚାଳାନରେ ସହଯୋଗ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories