www.samajalive.in
Sunday, December 14, 2025
23.1 C
Bhubaneswar

ମା’ ଭୈରବୀଙ୍କ ପୀଠରେ ଷୋଳ ପୁଜା ଆରମ୍ଭ

ହରଭଙ୍ଗା: ରାଜ୍ୟର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଷୋଳପୁଜା ଆରମ୍ଭ ହୋଇଛି। ବୌଦ୍ଧ ଜିଲ୍ଲାର ଆରାଧ୍ୟା ଦେବୀ ମା’ ଭୈରବୀଙ୍କ ପୀଠରେ ମଧ୍ୟ ମଙ୍ଗଳବାର ଠାରୁ ଷୋଳପୂଜା ଆରମ୍ଭ ହୋଇଛି। ସକାଳୁ ଦେବୀଙ୍କ ନିକଟରେ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନ ୪ଟାରେ ଶୋଭାଯାତ୍ରାରେ ଛତ୍ର ଛତ୍ରୀ ଘଂଟ ଘଂଟା ଢୋଲ ନିଶାଣ ଧରି ଶହ ଶହ ଭକ୍ତ ଏକ ଶୋଭାଯାତ୍ରାରେ ବାହାରି ମା’ଙ୍କ ପାଟଖଣ୍ଡା ଓ ବିଜୟ ପ୍ରତିମାଙ୍କୁ ନେଇ ପୁରୁଣାକଟକ ବଜାର ପରିକ୍ରମା ପରେ ମନ୍ଦିର ପରିସରରେ ପହଁଚିଥିଲେ। ରାସ୍ତାର ଦୁଇ ପାର୍ଶ୍ଵରେ ପ୍ରତ୍ୟେକ ଘରେ ପୁର୍ଣ୍ଣକୁମ୍ଭ ବସାଇ ମା’ଙ୍କ ବିଜୟ ପ୍ରତିମାକୁ ସ୍ୱାଗତ କରାଯାଇଥିଲା। ଆଶ୍ୱୀନ ମାସ ମୁଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦିର୍ଘ ଷୋଳଦିନ ଧରି ପୁଜା ଚାଲିବ। ମନ୍ଦିରରେ ମା’ଙ୍କ ପୂଜା ସମ୍ପୁର୍ଣ୍ଣ ଗୁପ୍ତ ଭାବେ ଚାଲିବ। ପ୍ରତ୍ୟେକ ମଧ୍ୟରାତ୍ରରେ ସ୍ୱତନ୍ତ୍ର ପୁଜା ଅନୁଷ୍ଠିତ ହେବ। ପ୍ରଥା ଅନୁଯାୟୀ ଆଜି ଠାରୁ ମା’ଙ୍କ ଦର୍ଶନ ସାଧାରଣ ଭକ୍ତଙ୍କ ପାଇଁ ସଂମ୍ପୁର୍ଣ୍ଣ ମନା। ଏପରିକି ମନ୍ଦିର ପରିସରରେ କଥୋପକଥନ ମଧ୍ୟ ନିଷିଦ୍ଧ ଅଟେ। ଏହି ଷୋଳ ଦିନ ମନ୍ଦିର ବହାରେ ଥିବା ସାହାଡା ବୃକ୍ଷ ପୂଜା କରାଯାଇଥାଏ। ଏହିଠାରେ ଭକ୍ତ କେବଳ ଦୀପ ଜାଳିଥାଏ। ଷୋଳଖଣ୍ଡ ମୌଜାର ଜନସାଧାରଣ ଏହି ପର୍ବରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥାନ୍ତି। ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନଙ୍କ ସୁଚନା ଅନୁଯାୟୀ ଷୋଳଦିନ ଧରି ଗୁପ୍ତ ପୂଜା ପରେ ନବମୀ ଦିନ ମାଙ୍କ ପୀଠରେ ନବାନ୍ନ ଲାଗିହୁଏ। ଏହି ଦିନ ମା’ ସବସାଧାରଣଙ୍କୁ ଦର୍ଶନ ଦେଇଥାନ୍ତି। ପୁରୁଣାକଟକରେ ଦଶହରା ଜିଲ୍ଲାତଥା ଜିଲ୍ଲା ବାହାରେ ପ୍ରସିଦ୍ଧି ଲାଭ କରିଛି। ଆଜିଠାରୁ ପୁରୁଣା କଟକରେ ପାର୍ବଣ ଆରମ୍ଭ ଏବଂ ପୁଅ ଜଉଁତିଆ ପର୍ବ ପାଇଁ ପୁରୁଣା କଟକ ଚଳଚଂଚଳ ହୋଇଛି। ମାଆଙ୍କ ଏହି ସ୍ୱତନ୍ତ୍ର ପୂଜା ଉତ୍ସବରେ ଷୋଳଖଣ୍ଡ ମୌଜାର ଜନସାଧାରଣ ସାଙ୍ଗକୁ ମନ୍ଦିର ପରିଚାଳନା କମିଟି ମୁଖ୍ୟ ଉପଦେଷ୍ଟା ସଲିଳ ଭୋକ୍ତା, ସମ୍ପାଦକ ସୁକାନ୍ତ ଦାଶ, ଉପସଭାପତି ରସାନନ୍ଦ ସାହୁ, ସହ ସମ୍ପାଦକ ରାମଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସରୋଜ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ସେଠି, ସଜ୍ଜନ ଅଗ୍ରୱାଲା, ଗରୁଡ଼ ପ୍ରଧାନଙ୍କ ସମେତ ଅଗଣିତ ଭକ୍ତ ମା’ଙ୍କ ପର୍ବରେ ସାମିଲ ହୋଇଥିଲେ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories