ରୋଟାରୀ କ୍ଲବ କେନ୍ଦୁଝରରେ ଦକ୍ଷତା ନିର୍ମାଣ ପୁରସ୍କାର ସମାରୋହ

କେନ୍ଦୁଝରଗଡ଼଼: ରୋଟାରୀ କ୍ଲବ କେନ୍ଦୁଝର ଶାଖା ଆନୁକୂଲ୍ୟରେ ରବିବାର ଦକ୍ଷତା ନିର୍ମାଣ ପୁରସ୍କାର ସମାରୋହ-୨୦୨୪ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଜି ୧୬ ଜଣ ଦକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଜୀବନବ୍ୟାପୀ ସାଧନା ପାଇଁ ଦକ୍ଷତା ନିର୍ମାଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଏହି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ କେନ୍ଦୁଝର ଶାଖା ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ସମ୍ପାଦକ ଦୀପକ ନାୟକ, ଲିଟେରାସି ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ, ରୋଟାରିଆନ୍‌‌ ସୁରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରିଆନ୍‌‌ ମଦନ ମୋହନ କରଙ୍କ ସମେତ ସମସ୍ତ ରୋଟାରିଆନ ଉପସ୍ଥିତ ଥିଲେ। ଏହି ସମାରୋହରେ ୧୨ଜଣ ଇଞ୍ଜିନିୟରଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଇନରହୁଇଲ୍‌‌ କ୍ଲବର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.