ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ଚାରା ରୋପଣ

ଗୁରୁଡ଼ିଝାଟିଆ: ଲୋକସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିସରରେ ଆଜି ଅପରାହ୍ନରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଭୂବନେଶ୍ୱର ଜାଭିୟର ଇନଷ୍ଟିଚୁଟ ଅଫ ମ୍ୟାନେଜମେଣ୍ଟର ୧୯୯୪ ମସିହା ଏମବିଏ ବ୍ୟାଚର ବିଦ୍ୟାର୍ଥୀ ଓ ଗୋପବନ୍ଧୁ ଚିକିତ୍ସାଳୟର ସହଯୋଗରେ ଅନୁଷ୍ଠିତ ଚାରାରୋପଣ କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ଡଃ ପ୍ରଭାସ ଆଚାର୍ଯ୍ୟ ଚାରା ରୋପଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଚାରା ରୋପଣ କରି ସବୁଜ ବନାନୀ ଓ ପରିବେଶର ସୁସ୍ଥତା କ୍ଷେତ୍ରରେ ଚାରା ରୋପଣର ଗୁରୁତ୍ୱ ସଂପର୍କରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ କହିଥିଲେ। ଜାଭିୟର ଇନଷ୍ଟିଚୁଟର ପୁରାତନ ବିଦ୍ୟାର୍ଥୀ ତଥା ସମାଜର ପ୍ରଶାସନିକ ଅଧିକାରୀ ଇମଜେହାଜ ଅହମ୍ମଦ ଓ ସୌରଭ ମହାନ୍ତି ଉପସ୍ଥିତ ରହି ଚାରା ରୋପଣ କରିଥିଲେ। ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଓ ଅନୁଷ୍ଠାନର ଅନ୍ତେବାସୀ ସେବିକା ବିଦ୍ୟାର୍ଥୀମାନେ ଚାରା ରୋପଣ କରିଥିଲେ। ରୁଦ୍ରାକ୍ଷ, ବେଲ, ଆତ, ଆମ୍ବ ଓ ସେପଟା ଆଦି ଚାରା ରୋପଣ କରାଯାଇଥିଲା।

Comments are closed.