www.samajalive.in
Monday, December 8, 2025
27.1 C
Bhubaneswar

କର୍ତ୍ତବ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର, ଆନ୍ଦୋଳନ ପାଇଁ ଓମସାର ସଜବାଜ

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଭଙ୍ଗାରୁଜା ଘଟଣାରେ ପୁଲିସର ନିଷ୍କ୍ରିୟତାକୁ ଓମସା ଆଠଗଡ଼ ଶାଖା ପକ୍ଷରୁ ନିନ୍ଦା କରାଯାଇଛି। ଥାନାରେ ଡାକ୍ତରଙ୍କ ପକ୍ଷରୁ ଅଭିଯୋଗ ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ବିଫଳ ହୋଇଥିବାରୁ ଓମସା ଉଦବେଗ ପ୍ରକାଶ କରିଛି। ଡାକ୍ତରଙ୍କ ସୁରକ୍ଷା ଦେବା ଓ ଉକ୍ତ ଘଟଣାରେ ନ୍ୟାୟ ନମିଳିଲେ ବାଧ୍ୟ ହୋଇ ଓମସା ଆଠଗଡ଼ ଶାଖା ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ ଘୋର ଅଭାବ ରୋଗୀସେବାକୁ ପ୍ରଭାବିତ କରୁଥିବାବେଳେ ଏହି ଘଟଣାକୁ ନେଇ ଆନ୍ଦୋଳନ ହେଲେ ରୋଗୀସେବା ସ୍ଥିତି ସମ୍ପୂର୍ଣ୍ଣ ବିଗିଡିଯିବାର ଆଶଙ୍କା ପ୍ରକାଶ ପାଉଛି।

ଘଟଣାର ବିବରଣୀ ଅନୁଯାୟୀ ଗତ ୧୭ ତାରିଖରେ ରାତ୍ରିକାଳୀନ କର୍ତ୍ତବ୍ୟ ଡାକ୍ତର ମାନସ ସାହୁ କରୁଥିଲେ। ଭୋର ସମୟରେ ଆସିଥିବା କନ୍ତୋଲ ଅଞ୍ଚଳର ଜଣେ ସାପ କାମୁଡା ରୋଗୀଙ୍କୁ ଡଃ ସାହୁ ଚିକିତ୍ସା ପାଇଁ ଭର୍ତ୍ତି କରି ଆବଶ୍ୟକୀୟ ଇଞ୍ଜେକସନ ଔଷଧ ଦେଇଥିଲେ। ପରେ ୧୮ ତାରିଖ ଦିନ ବେଳା କର୍ତ୍ତବ୍ୟରତ ଡାକ୍ତର ସୁଚିତ୍ରା ବାରିକ ଓ ଡାକ୍ତର ପ୍ରମୋଦ କୁମାର ସାହୁ ସଂପୃକ୍ତ ସାପ କାମୁଡା ରୋଗୀଙ୍କ ଅବସ୍ଥା ସୁଧୁରୁନଥିବା ଦେଖିଥିଲେ। ଏଠାରେ ଭେଷଜ ବିଶେଷଜ୍ଞ ନଥିବାରୁ ସେମାନେ ସଂପୃକ୍ତ ରୋଗୀଙ୍କର ଅଧିକ ତଥା ଉନ୍ନତ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ପେଇଯିବାକୁ ପରାମର୍ଶ ଦେଇଥିଲେ। ତେବେ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଉତକ୍ଷିପ୍ତ ହୋଇ କନ୍ତୋଲ ଅଞ୍ଚଳର କିଛି ଯୁବକ କର୍ତ୍ତବ୍ୟରତ ଡାକ୍ତର ଓ ଅନୁପସ୍ଥିତ ଥିବା ଅଧିକ୍ଷକଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଡାକ୍ତରଖାନାର ଏକ ଷ୍ଟିଲ ଗେଟକୁ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ। ଏ ସମ୍ପର୍କରେ ସେତେବେଳେ କର୍ତ୍ତବ୍ୟରତ ଦୁଇ ଡାକ୍ତର ଅଧିକ୍ଷକଙ୍କୁ ଟେଲିଫୋନ ମାଧ୍ୟମରେ ଅବଗତ କରିବା ସହ ଲିଖିତ ଭାବେ ଦାୟିତ୍ବରେ ଥିବା ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ନିହାର ରଞ୍ଜନ ମିଶ୍ରଙ୍କୁ ଜଣାଇଥିଲେ। ସେମାନଙ୍କ ଲିଖିତ ଅଭିଯୋଗକୁ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ମିଶ୍ର ଏତଲା ଆକାରରେ ଥାନା ଆଇଆଇସିଙ୍କ ପାଖକୁ ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ତେବେ ପୁଲିସ ଏହି ଘଟଣାର ୫ ଦିନ ପରେ ମଧ୍ୟ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏଠାରେ କାର୍ଯ୍ୟରତ ଡାକ୍ତର ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାଭାବିକ କର୍ତ୍ତବ୍ୟ କରିବାକୁ ଡରୁଛନ୍ତି। ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫୩ ଜଣ ଡାକ୍ତରଙ୍କ ଯାଗାରେ ଅଧିକ୍ଷକ ଓ ଦନ୍ତରୋଗ ବିଶେଷଜ୍ଞଙ୍କୁ ମିଶାଇ ମାତ୍ର ୧୧ ଜଣ ରହିଛନ୍ତି। ଏଠାରେ ବହିଃର୍ବିଭାଗରେ ଦୈନିକ ୫୦୦ ରୁ ୬୦୦ ରୋଗୀ ଏବଂ ଆନ୍ତର୍ବିଭାଗରେ ଶତାଧିକ ରୋଗୀଙ୍କୁ ଚିକିତ୍ସାସେବା ଏତେ କମ୍ ସଂଖ୍ୟକ ଡାକ୍ତର କିପରି ଯୋଗାଇ ଦିଆଯାଇପାରୁଥିବେ ତାହା ସହଜେ ଅନୁମେୟ। ସେଥିରେ ଏହିଭଳି ଘଟଣା ଅନେକ ସମୟରେ ଘଟୁଥିବାରୁ ଡାକ୍ତରମାନେ ସ୍ୱଚ୍ଛନ୍ଦରେ ଓ ନିର୍ଭୟରେ ନିଜ ସ୍ୱାଭାବିକ କର୍ତ୍ତବ୍ୟ କରି ପାରୁନାହାନ୍ତି। ବିଶେଷକରି ରାତିରେ କର୍ତ୍ତବ୍ୟ କରିବାକୁ ଡାକ୍ତରମାନେ, ବିଶେଷକରି ମହିଳା ଡାକ୍ତରମାନେ ଆଦୌ ସୁରକ୍ଷିତ ମଣୁନାହାନ୍ତି। ୧୮ ତାରିଖରେ ଘଟିଥିବା ଘଟଣା ସମ୍ପର୍କରେ ଓମସା ଆଠଗଡ଼ ଶାଖା ପକ୍ଷରୁ ଜିଲ୍ଲା ଓମସା କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ପୁଲିସ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏବଂ କର୍ତ୍ତବ୍ୟରତ ଡାକ୍ତରଙ୍କ ବିଶେଷକରି ରାତ୍ରିକାଳୀନ କର୍ତ୍ତବ୍ୟ କରୁଥିବା ଡାକ୍ତରଙ୍କୁ ସୁରକ୍ଷା ଦେବାର ବ୍ୟବସ୍ଥା ନକଲେ ଓମସା ଆଠଗଡ଼ ଶାଖା ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବ ବୋଲେ ଶାଖା ସଭାପତି ଡାକ୍ତର ବିଜୟ କୁମାର ମିଶ୍ର ଓ ସମ୍ପାଦକ ଡାକ୍ତର ଦିଲ୍ଲୀପ ରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଠଗଡ଼ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କୁ ତାଙ୍କ ପ୍ରତିକ୍ରିୟା ପଚାରିବାରେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ନିରନ୍ତର ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories