www.samajalive.in
Monday, December 8, 2025
14.1 C
Bhubaneswar

ସନମାର୍ଗ ପକ୍ଷରୁ ଶଶି ପ୍ରେରଣା ପୁରସ୍କାର ୨୦୨୪ ପ୍ରଦାନ

ଡେସ୍କ: ଦୈନିକ ଜାତୀୟ ଖବର କାଗଜ ସନମାର୍ଗ ଓଡ଼ିଶାସଂସ୍କରଣ ପକ୍ଷରୁ ଭୁବନେଶ୍ୱରରେ ଫେମ ଫେଷ୍ଟ ତଥା ଶଶି ପ୍ରେରଣା ପୁରସ୍କାର – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ବର୍ଗର ମହିଳାମାନଙ୍କୁ ନେଇ ଏହି ଉତ୍ସବ ଆୟୋଜନ ହୋଇଥିଲା। ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ମହିଳା ଓ ମହିଳା ସମାଜକୁ ଆଗକୁ ବଢିବା ପାଇଁ ଉତ୍ସାହିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସନମାର୍ଗର ସମ୍ପାଦକ ରାମକୃଷ୍ଣ ଖଣ୍ଡ୍ରୱାଲ, ସାଧାରଣ ପରିଚାଳକ ସାର୍ଥକ ଖଣ୍ଡ୍ରୱାଲ, ଏଚଆର ରୂଚି ଖଣ୍ଡ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଶଶି ପ୍ରେରଣା ପୁରସ୍କାର ୨୦୨୪ରେ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଢେଙ୍କାନାଳ ରାଣୀ ମିନଲ କୁମାରୀ ସିଂଦେଓ, ପ୍ରୀତି ଅଗ୍ରୱାଲ, ଅଲିଶା ପାତ୍ର, ସୁସ୍ମିତା ସାଏ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜ ସଂସ୍କାର କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଉପରେ ମତ ରଖିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories