www.samajalive.in
Saturday, December 13, 2025
21.1 C
Bhubaneswar

ଝାରସୁଗୁଡା ଗଲେ କଳାହାଣ୍ଡିର ୮ କରାଟେ ପ୍ରତିଯୋଗୀ

ଲାଞ୍ଜିଗଡ: ଓଡ଼ିଶାର ଝାରସୁଗୁଡା ସ୍ଥିତ ବ୍ରଜରାଜନଗର ଏସଓସିପି ଡିଏଭି ପବ୍ଲିକ ସ୍କୁଲଠାରେ ଆସନ୍ତାକାଲି ୨୨ ଅଗଷ୍ଟ ୨୦୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଡିଏଭି କ୍ଲଷ୍ଟର ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୮ ଜଣ କରାଟେ ପ୍ରତିଯୋଗୀ ଆଜି ଝାରସୁଗୁଡା ଗସ୍ତ କରିଛନ୍ତି। ଏହି ପ୍ରତିଯୋଗୀ ମାନେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ହୋଇଥିବା ବେଳେ ବାଳକ ବିଭାଗର ୧୪ରୁ କମ୍ ବର୍ଷ ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ, ସୌନକ ସଭଦର୍ଶୀ ସାହୁ ଓ ଆୟୁଷ ଦୁବେ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ହିତେସ କୁମାର ମହାଖୁଡ଼ ଓ ଗଙ୍ଗାଧର ମଲ୍ଲିକ ରହିଥିବା ବେଳେ ୧୯ରୁ କମ୍ ବର୍ଷ ବର୍ଗରେ କିରନ୍ ବେମାଲ ରହିଛନ୍ତି। ସେହିପରି ବାଳିକା ବିଭାଗର ୧୪ରୁ କମ୍ ବର୍ଷ ବାଳିକା ବର୍ଗରେ କୁସୁମପ୍ରଭା ମାଝୀ ରହିଥିବା ବେଳେ ୧୭ରୁ କମ୍ ବର୍ଷ ବର୍ଗରେ ଅର୍ପିତା ବାଡ଼ତିଆ ରହିଛନ୍ତି। ଏମାନେ ବୁଧବାର ଦିନ ଏହି କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି। ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଯୋଗିମାନେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼, ଡିଏଭି ବେଦାନ୍ତ ବିଦ୍ୟାଳୟର ଶିକ୍ଷକ ଅମର ଜ୍ୟୋତି ସାହୁ, ଖେଳ ଶିକ୍ଷୟିତ୍ରୀ ଶିଳ୍ପୀ ଲାହା, ଶିକ୍ଷୟିତ୍ରୀ ବର୍ଷା ସିଂଙ୍କ ସହିତ ଏହି ପ୍ରତିଯୋଗୀମାନେ କ୍ଲଷ୍ଟର ସ୍ତରିୟ ପ୍ରତିଯୋଗିତା ପାଇଁ ଝାରସୁଗୁଡା ଗସ୍ତ କରିଛନ୍ତି। କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିପ୍ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ ୟାଦବ, ଡିଏଭି ସ୍କୁଲର ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories