www.samajalive.in
Saturday, December 6, 2025
26.1 C
Bhubaneswar

ପିଇବା ପାଣି ପାଇଁ ଏନଏଲସିକୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି; ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତ ଅଞ୍ଚଳର ଅଧିକାଂଶ ନଳକୂପ ଅଚଳ ରହିଛି। ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେବଳ ଦୁଇଟି ନଳକୂପ ସଜଡା ଯାଇଥିବା ବେଳେ ଏବେବି ଅନେକ ଅଚଳ ରହିଛି। ସଂପ୍ରତି ବର୍ଷା ଦିନରେ ପିଇବା ପାଣି ପାଇଁ ବହୁତ ଅସୁବିଧା ଭୋଗୁଥିବା ମହିଳା ମାନେ ଏନ୍ଏଲସି କମ୍ପାନୀ ନିକଟରେ ସ୍ବଚ୍ଛ ପିଇବା ପାଣି ଯୋଗାଣ ସକାଶେ ଦାବୀ କରିଛନ୍ତି। ପାଣି ପାଇପ ବହୁଦିନ ଅଚଳ ରହିବା ପରେ ଗତ କାଲି ଚାଲିବା ଫଳ ଆଜି ମଇଳା ପାଣି ବାହାରୁଛି। ପାଣି ଟ୍ୟାଙ୍କରରେ ଯେଉଁ ପାଣି ଦିଆଯାଉଛି ତାହା ପିଇବା ଯୋଗ୍ୟ ନୁହେଁ। ଟ୍ୟାଙ୍କର ଠିକାଦାର ମାନେ ପୂର୍ବରୁ ପ୍ରତି ଟ୍ରିପ୍ ୬ ଶହ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୪ ଶହ ଟଙ୍କା ପାଉଥିବାରୁ କେମିତି ଫିଲଟର୍ ପାଣି ଦେଇ ପାରିବୁ ବୋଲି କହି ଗୋଳିଆ ପାଣି ଦେଉଛନ୍ତି। ପାନୀୟ ଜଳ ସମସ୍ୟାକୁ ଦେଖି ସମତି ସଭ୍ୟ ଅନିତା ସିଂହ ମହିଳାମାନଙ୍କ ସହ ଆଜି ଏନଏଲସି କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ପିଇବା ଉପଯୋଗୀ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories