ଜି ଉଦୟଗିରି ବଜାରରେ ୨୦୦ ଟଙ୍କାର ଜାଲି ନୋଟ୍

ଜି ଉଦୟଗିରି: ଜି ଉଦୟଗିରି ବଜାରରେ ଏବେ ଦୁଇଶହ ଟଙ୍କିଆ ଜାଲ୍ ନୋଟ୍ କାରବାର ବଢ଼ିବାରେ ଲାଗିଛି। ବିବରଣୀରୁ ପ୍ରକାଶ ଯେ ବ୍ରଜ ଖୁଣ୍ଟିଆ ପକଡା ଦୋକାନରୁ ଅପରାହ୍ନ ପ୍ରାୟ ୬ଟା ସମୟରେ ଗହଳିର ସୁଯୋଗ ନେଇ କଳାଟଙ୍କା ବେପାରୀ ତାର ସୁଯୋଗ ନେଇ ଏକ ୨୦୦ ଟଙ୍କିଆ ଜାଲି ନୋଟ୍ ଦେଇ ଦୋକାନକୁ ଚକମା ଦେଖାଇ ଚାଲିଗଲା ସତ ତେବେ କଥା ଉଠୁଛି ଆଗକୁ ବ୍ୟବସାୟୀ ଏଥିପାଇଁ ସତର୍କ ନହେଲେ ଆଗାମୀ ଦିନରେ କି ଅସୁବିଧାର ସମ୍ମୁଖିନ ହେବେ ତାହା ଦେଖିବାକୁ ବାକି ରହିଲା।

Comments are closed.